ଜମ୍ମୁରେ ରାହୁଲ ଗାନ୍ଧୀଙ୍କ ବୟାନ, ମୁଁ ଓ ମୋ ପରିବାର କାଶ୍ମୀର ପଣ୍ଡିତ

Advertisment
ଜମ୍ମୁରେ ରାହୁଲ ଗାନ୍ଧୀଙ୍କ ବୟାନ, ମୁଁ ଓ ମୋ ପରିବାର କାଶ୍ମୀର ପଣ୍ଡିତ

କନକ ବ୍ୟୁରୋ : ଜମ୍ମୁ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଦଳର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ସେ ଦଳୀୟ କର୍ମକର୍ତ୍ତାଙ୍କୁ କହିଛନ୍ତି କି, କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ନିଜ ଶକ୍ତିକୁ ପ୍ରଦର୍ଶନ କରିବାର ସମୟ ଆସିଛି । ଏଭଳି କରିପାରିଲେ ଆଗାମୀ ଲୋକସଭା ନିର୍ବାଚନରେ ଦଳ ୪୫୦ ଆସନରେ ବିଜୟୀ ହୋଇପାରିବ । ସବୁଠାରୁ ବଡକଥା କି ପ୍ରଥମଥର ପାଇଁ ଦଳୀୟ କର୍ମକର୍ତ୍ତାଙ୍କ ଗହଣରେ ରାହୁଲ ଗାନ୍ଧୀ କହିଛନ୍ତି କି ସେ ଓ ତାଙ୍କ ପରିବାର କାଶ୍ମୀର ପଣ୍ଡିତ ଅଟନ୍ତି ।

ସେ କାଶ୍ମୀର ପଣ୍ଡିତ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ “ମୁଁ ସେମାନଙ୍କୁ ସାହାଯ୍ୟ କରି ଦେଖାଇବି, ମୁଁ ଏହା କହିବାର ଅର୍ଥ ପୁରା କଂଗ୍ରେସ ଦଳ ଏକଥା କହୁଛି, ମୁଁ ଆଜି ଯେତେବେଳେ କିଛି କାଶ୍ମୀର ପଣ୍ଡିତଙ୍କୁ ଭେଟିଥିଲି ସେମାନେ କହିଥିଲେ କି ବିଜେପି ସେମାନଙ୍କୁ ସହାୟତା ଦେବାକୁ ଘୋଷଣା କରିଥିଲେ ବି ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ । ”

ଅନ୍ୟପଟେ ଆଜି ଦଳୀୟ କର୍ମକତ୍ତାଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଜମ୍ମୁ-କାଶ୍ମୀରକୁ ରାଜ୍ୟପାହ୍ୟା ମାନ୍ୟତା ଦେବାକୁ ହେଉଥିବା ଦାବିକୁ ଦୋହରାଇଥିଲେ । ସେ ଜମ୍ମୁ-କାଶ୍ମୀରବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କଂଗ୍ରେସ ସରକାର ସେମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା, ମନରେଗା ସୁରକ୍ଷା ଦେବା ସହ ସେମାନଙ୍କ ଚିକିତ୍ସା ପାଇଁ ମେଡିକାଲ ନିର୍ମାଣ କରିଛନ୍ତି ।

କହିରଖୁ କି, ଜମ୍ମୁର ତ୍ରିକୁଟା ନଗର ଠାରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ ଯେ, ଯେତେବେଳେ ମୁଁ ଜମ୍ମୁ-କାଶ୍ମୀର ଆସିଛି ମୋତେ ମୋ ଘରକୁ ଆସିବା ଭଳି ମନେ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe