କନକ ବ୍ୟୁରୋ: ଆସାମରେ ବିଜେପିକୁ ଜୋରଦାର ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ଶିବସାଗରରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ ସିଏଏ ବିରୋଧରେ ଗର୍ଜିବା ସହିତ ମୋଦୀ ସରକାରକୁ ନିନ୍ଦା କରିଛନ୍ତି ।
ରାହୁଲ କହିଛନ୍ତି , ଆସାମରେ ଯଦି କଂଗ୍ରେସ ସରକାର ଆସିବ ତେବେ ସେଠାରେ ସିଏଏ କଦାପି ଲାଗୁ କରାଯିବ ନାହିଁ । ଆପଣଙ୍କୁ ଦେଶର ଯେତିକି ଆବଶ୍ୟକତା ଅଛି, ଦେଶକୁ ମଧ୍ୟ ଆସାମର ସେତିକି ଆବଶ୍ୟକତା ଅଛି ବୋଲି ରାହୁୁଲ ଆସାମବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି । ଏହାସହ ଆସାମକୁ କ୍ଷତି ପହଞ୍ଚାଇବାକୁ ସେ କେବେ ବି ଦେବେନି ବୋଲି କହିଥିଲେ ।
ଏହାସହ ରାହୁଲ କହିଛନ୍ତି ଯେ, ଆସାମରୁ ସବୁଠୁ ବଡ ମୁଦ୍ଦା ହେଉଛି ବେରୋଜଗାରୀ । ଆସାମର ଯୁବଶକ୍ତି ଜାଣିଛନ୍ତି ଯେ, ବିଜେପି ସରକାରରେ ସେମାନଙ୍କୁ ରୋଜଗାର ମିଳିପାରିବନି । ତେଣୁ ସେମାନେ କଂଗ୍ରେସକୁ ଭୋଟ୍ ଦେବାକୁ ଇଚ୍ଛା ରଖିଛନ୍ତି । ଅନ୍ୟପଟେ ସରକାର ନୂଆ କୃଷିି ଆଇନ୍ ଆଣି ଚାଷୀଙ୍କ ଚାଷ ବନ୍ଦ କରିବାକୁ ଇଚ୍ଛ ରଖିଛନ୍ତି । ଏହାକୁ କଂଗ୍ରେସ ସବୁବେଳେ ବିରୋଧ କରୁଛି ଓ କରିବ ବୋଲି ରାହୁଲ କହିଥିଲେ । ସୂଚନାଯୋଗ୍ୟ ଯେ, ଆଉ କିଛି ମାସ ପରେ ଆସାମରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯ।।ହାକୁ ନେଇ ବିଜେପି ଓ କଂଗ୍ରେସ ଭିତରେ ଜୋରଦାର ଟକ୍କର ଚାଲିଛି । ବିଜେପି ଏଠାରେ ନିଜର ସରକାର ପୁଣି ବଜାୟ ରଖିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ଶାସନକୁ ଫେରିବାକୁ ଇଚ୍ଛା ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/4-14.jpg)