ପଦ ହରାଇବା ପରେ ସାମ୍ନାକୁ ଆସିଲେ ରାହୁଲ୍ । ତେଜିଲା ସହାନୁଭୁତି ବନାମ୍ ଜାତି ରାଜନୀତି

234

କନକ ବ୍ୟୁରୋ : ଲୋକସଭା ସାଂସଦ ସଭ୍ୟପଦ ଯିବା ପରେ ଶନିବାର ବଡ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ଲୋକସଭା ସଦସ୍ୟତା ରଦ୍ଦ ପଛରେ ଷଡଯନ୍ତ୍ର ରହିଥିବା ସେ କହିଛନ୍ତି । ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ଏହି ଗଣତନ୍ତ୍ର ପାଇଁ ମୁଁ ଲଢେଇ କରୁଛି ଓ ଆଗକୁ ମଧ୍ୟ ଲଢେଇ ଜାରିରଖିବି । କେହି ମୋତେ ଧମକାଇ ଚୁପ୍ କରିପାରିବେନି ବୋଲି ରାହୁଲି ଉତର ରଖିଛନ୍ତି । ସେହିପରି ମୋଦୀ-ଆଦାନୀ ସମ୍ପର୍କ ନେଇ ପୁଣି ଥରେ ଚିହିଁକି ଉଠିଛନ୍ତି ରାହୁଲ । ମୋଦୀ-ଆଦାନୀଙ୍କ ସମ୍ପର୍କ କ’ଣ ତାହା ଜଣାଇବାକୁ ଆହ୍ୱାନ ଦେଇଛନ୍ତି । ଆଦାନୀଙ୍କ ସେଲ୍ କମ୍ପାନୀରେ ଲାଗିଥିବା ୨୦ହଜାର କୋଟି କାହାର ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀଙ୍କ ପ୍ରେସମିଟ୍ ପରେ ପାଲଟା ପ୍ରେସମିଟ୍ କରି ଜବାବ ଦେଇଛି ବିଜେପି । ବିଜେପି ନେତା ରବିଶଙ୍କର ପ୍ରସାଦ ଅଭିଯୋଗ କରି କହିଛନ୍ତି, ରାହୁଲ ଗାନ୍ଧୀ ଅଭ୍ୟାସଗତ ମିଛୁଆ । ପଛୁଆବର୍ଗକୁ ଅପମାନିତ କରି, ମାମଲା ହୋଇଥିଲା । ଆଇନ ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆସିବ କି ବୋଲି ପ୍ରଶ୍ନ କରିଛନ୍ତି ରବି ଶଙ୍କର ପ୍ରସାଦ ।

ସେହିପରି ରାହୁଲ ସମସ୍ତଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଠା କରୁଥିବା ସେ ଅଭିଯୋଗ ଆଣିିବା ସହ ବିଜେପି ରାହୁଲଙ୍କ ବିରୋଧରେ ସମଗ୍ର ଦେଶରେ ବିକ୍ଷୋଭ କରିବା ନେଇ କହିଛନ୍ତି ରବିଶଙ୍କର ପ୍ରସାଦ ।

ଆଉ ଏହାରି ଭିତରେ ବିଜେପି ବିରୋଧରେ କଂଗ୍ରେସ ଯୁଦ୍ଧମ୍ ଦେହି ଡାକରା ଦେଇଛି । ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଗଣତନ୍ତ୍ର ବଂଚାଅ ଅଭିଯାନ କରାଯିବା ନେଇ କଂଗ୍ରେସ ନିଷ୍ପତି ନିଆଯାଇଛି ।