ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା। ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ

129

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କୁ ଗୁଜରାଟ ହାଇକୋର୍ଟଙ୍କ ଝଟକା । ସୁରଟ କୋର୍ଟଙ୍କ ରାୟର ପୁନଃବିଚାର ଆବେଦନକୁ ଖାରଜ କଲେ କୋର୍ଟ । ମୋଦୀ ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ସଜ୍ଜା ଶୁଣାଣଥିଲେ ସୁରଟ କୋର୍ଟ । ଏହି ସଜ୍ଜାର ପୁନଃଶୁଣାଣି କରିବାକୁ ଗତ ଏପ୍ରିଲ ୨୬ ତାରିଖରେ ଗୁଜରାଟ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ରାହୁଲ ଗାନ୍ଧୀ । ମାମଲାର ଶୁଣାଣି କରି ସୁରଟ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ତେବେ ହାଇକୋର୍ଟଙ୍କ ନିଷ୍ପତି ବିରୋଧରେ ସୁପ୍ରିମକୋର୍ଟ ଯିବାକୁ କଂଗ୍ରେସ ପ୍ରସ୍ତୁତି ହେଉଛି ।

ଯଦି ସଜ୍ଜା ଦୁଇ ବର୍ଷରୁ କମ ନହୁଏ ତେବେ ରାହୁଲଙ୍କ ସଂସଦର ସଦସ୍ୟତା ମଧ୍ୟ ଫେରିପାଇବେନି । ଏଥିସହ ୮ ବର୍ଷ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଆଉ ନିର୍ବାଚନ ଲଢିପାରିବେ ନାହିଁ । ୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ମୋଦୀ ସାଙ୍ଗିଆକୁ ବିବାଦୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ । ସବୁ ମୋଦୀ ସାଙ୍ଗିଆଧାରୀ ଚୋର ବୋଲି କହିଥିଲେ ରାହୁଲ । ଯାହା ବିରୋଧରେ କୋର୍ଟରେ ମାନହାନୀ ମାମଲା କରିଥିଲେ ବିଜେପି ବିଧାୟକ ପୂର୍ଣ୍ଣେସ ମୋଦୀ ।

ରାହୁଲଙ୍କ ଆବେଦନ ଖାରଜ ହେବା ପରେ ବିଭିନ୍ନ ସ୍ଥାନରେ କଂଗ୍ରେସକର୍ମୀ ଓ ରାହୁଲଙ୍କ ସମର୍ଥକ ଜୋରଦାର ପ୍ରତିବାଦ କରିଛନ୍ତି । ମାମଲାର ଶୁଣାଣି କରି ଗତ ମାର୍ଚ୍ଚ ୨୩ ତାରିଖରେ ରାହୁଲଙ୍କୁ ଦୁଇ ବର୍ଷ ସଜ୍ଜା ଶୁଣାଇଥିଲେ ସୁରଟ କୋର୍ଟ । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।