ମାନହାନୀ ମାମଲାରେ ବେଙ୍ଗାଲୁରୁ କୋର୍ଟ ଦେଲା ରାହୁଲଙ୍କୁ ଜାମିନ । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେର ବିଜେପି ବିରୋଧରେ ଦେଇଥିଲେ ବିବାଦୀୟ ବୟାନ

123

କନକ ବ୍ୟୁରୋ : ବେଙ୍ଗାଲୁରୁ ସ୍ପେଶାଲ କୋର୍ଟରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ବିଜେପି ପକ୍ଷରୁ ଦାୟର କରାଯାଇଥିବା ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ । ପୂର୍ବ ନିର୍ଦ୍ଦେଶ ମୁତାବକ ରାହୁଲ ଗାନ୍ଧୀ ଆଜି ସ୍ପେଶାଲ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି । ପୂର୍ବ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତା ବାସବରାଜ ବୋମାଇଙ୍କୁ ନେଇ ମନ୍ତବ୍ୟ ରଖିଥିଲେ ରାହୁଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ କମିଶନଖୋରୀ ନେତା ବୋଲି ରାହୁଲ କହିଥିଲେ । ଏହାକୁ ନେଇ କର୍ଣ୍ଣାଟକ ବିଜେପି ପକ୍ଷରୁ ରାହୁଲଙ୍କ ନାଁରେ ମାନହାନୀ ମାମଲା ଦାୟର କରାଯାଇଥିଲା । ସେପଟେ ରାହୁଲଙ୍କ ବିରୋଧରେ ବିଜେପି ଦ୍ୱାରା ଦାୟର ହୋଇଥିବା ଏହି ମାମଲାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । କର୍ଣ୍ଣାଟକବାସୀ ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ ଏହା ତାଙ୍କର ହତାଶା ବୋଲି ସେ କହିଛନ୍ତି ।