କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ୯ବର୍ଷ ବାଳକର ଇଚ୍ଛା ପୂରଣ କରିଛନ୍ତି । ପାଇଲଟ ହେବାକୁ ସ୍ୱପ୍ନ ଦେଖୁଥିବା ଏହି ଛୋଟ ପିଲାକୁ ବିମାନର କକପିଟ୍ ଯାଏଁ ନେଇଯାଇଛନ୍ତି ରାହୁଲ । ଏବଂ ପାଇଲଟଙ୍କ ସହ ମିଶି ପିଲାଟିକୁ ବିମାନ ସମ୍ପର୍କରେ ବୁଝାଇଦେଇଛନ୍ତି । ନିକଟରେ ରାହୁଲ ନିଜର କେରଳ ଗସ୍ତ ସମୟରେ ଗୋଟେ କୁନି ବାଳକଙ୍କ ସହ କଥା ହେଉଥିଲେ ଓ ତାଙ୍କ ସ୍ୱପ୍ନ ବିଷୟରେ ପଚାରିବୁଝିଲେ ।
ପଚାରିବା ପରେ ରାହୁଲ ଜାଣିବାକୁ ପାଇଥିଲେ କି କୁନି ପିଲାଟି ପାଇଲଟ ହେବା ପାଇଁ ସ୍ୱପ୍ନ ଦେଖୁଛି । ଏହି କଥା ଜାଣିବା ପରେ ୯ବର୍ଷୀୟ ଅଦ୍ୱେତକୁ ନେଇ ବିମାନର କକପିଟରେ ପହଁଚିଥିଲେ ରାହୁଲ । ଉଭୟ ରାହୁଲ ଓ ବିମାନର ପାଇଲଟ ବିମାନ ଉଡାଣ ସମ୍ବନ୍ଧରେ ଅଦ୍ୱେତକୁ ବୁଝାଇଥିଲେ । ରାହୁଲ ନିଜର ଇନଷ୍ଟାଗ୍ରାମ ଆକାଉଁଟରେ ଏହି ଭିଡିଓ ପୋଷ୍ଟ କରିବା ପରେ ଏହା ଭାଇରାଲ ହେଉଛି ।
ରାହୁଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି କୌଣସି ସ୍ୱପ୍ନ ବହୁତ ବଡ ନୁହେଁ । ଆମେ ଅଦ୍ୱେତଙ୍କ ସ୍ୱପ୍ନ ପୂରା କରିବା ପାଇଁ ପ୍ରଥମ ପଦକ୍ଷେପ ନେଇଛୁ । ବର୍ତମାନ ଏମତି ଏକ ସମାଜ ଗଠନ କରିବାର ସମୟ ଯିଏକି ସମସ୍ତଙ୍କ ସପ୍ନକୁ ଉଡାଣ ଭରିବା ପାଇଁ ସାହାଯ୍ୟ କରିବ ।