କେରଳ ୱାଇନାଡ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ : ରାହୁଲଙ୍କ ସହିତ ଉପସ୍ଥିତ ଥିଲେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ

138

ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେରଳର ୱାଇନାଡ ଆସନରୁ ନାମାଙ୍କନ ଦାଖଲ କରିଦେଇଛନ୍ତି । ସେ ଉତ୍ତର ପ୍ରଦେଶରେ ନିଜ ପରମ୍ପରାଗତ ଅମେଠି ସିଟ୍ ବ୍ୟତୀତ ଏହି ସିଟ୍ ଏହି ସିଟରୁ ମଧ୍ୟ ନିର୍ବାଚନ ଲଢୁଛନ୍ତି । ରାହୁଲ ଗାନ୍ଧୀଙ୍କ ସହିତ ତାଙ୍କ ଭଉଣୀ ଓ ପୂର୍ବ ଉତ୍ତର ପ୍ରଦେଶ ପାଇଁ କଂଗ୍ରେସ ପ୍ରଭାରୀ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ । ସେ ରୋଡ ଶୋ’ ବି କରିବେ । କେରଳର ୱାଇନାଡ ସିଟରୁ ଏନଡିଏ ପ୍ରାର୍ଥୀ ତୁଷାର ଭେଲାପଲ୍ଲୀଙ୍କ ସହିତ ରାହୁଲ ଗାନ୍ଧୀଙ୍କ ମୁକାବିଲା ହେବ ।

ଦକ୍ଷିଣ ଭାରତର ଲୋକ ମନରେ ସବୁବେଳେ ଗୋଟିଏ କଥା ଆନ୍ଦୋଳିତ ହେଉଛି । ମୋଦି ସରକାର ଦକ୍ଷିଣ ଭାରତର ଲୋକଙ୍କୁ ଅଣଦେଖା କରୁଛନ୍ତି । ମୋଦି ଦକ୍ଷିଣ ଭାରତର ଲୋକଙ୍କ ସହ ଶତ୍ରୁତା ରଖୁଛନ୍ତି । ଦେଶର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତାଙ୍କୁ ସାମଲି କରାଯାଉନି ବୋଲି ଅଭିଯୋଗ ହେଉଛି । ଦକ୍ଷିଣ ଭାରତର ଲୋକଙ୍କ ସହ କଂଗ୍ରେସ ସବୁବେଳେ ଅଛି । ତେଣୁ ୱାଇନାଡ଼ରୁ ନିର୍ବାଚନ ଲଢ଼ିବାର ନିଷ୍ପତ୍ତି ନେଇଥିଲେ ବୋଲି କହିଥିଲେ ରାହୁଲ । ରାହୁଲ ଗାନ୍ଧୀ ବୁଧବାର ରାତି ଏଠାରେ ପହଂଚିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଜୋରଦାର ସ୍ୱାଗତ କରିଥିଲେ ।

ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ଚଳିତ ନିର୍ବାଚନରେ ଆମେଠିରେ ନିର୍ବାଚନ ଲଢ଼ିବା ସହିତ ଦାକ୍ଷିଣାତ୍ୟ ଅଭିଯାନ କରିଛନ୍ତି । ଉତ୍ତର ପ୍ରଦେଶ ସମେତ ଦେଶର ଅଧିକାଂଶ ବଡ଼ ବଡ଼ ରାଜ୍ୟ ଗୁଡ଼ିକରେ ଭାରତୀୟ ଜନତା ପାର୍ଟିକୁ ଭଲ ସମର୍ଥନ ମିଳୁଛି । ରାହୁଲ ଗାନ୍ଧୀଙ୍କୁ ଆମେଠିରେ ବିଜେପି ନେତ୍ରୀ ସ୍ମୁତି ଇରାନି ଟକ୍କର ଦେଇଛନ୍ତି । ଆମେଠି ଆସନରେ ଏଥର ରାହୁଲ ଓ ସ୍ମୁତିଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି ।