ବଢ଼ିଲା ରାହୁଲଙ୍କ ସମସ୍ୟା : କଂଗ୍ରେସ ନେତାଙ୍କ ପୁଅ ବିରୋଧୀ ଦଳ ପ୍ରାର୍ଥୀ । କହିଲେ, କଂଗ୍ରେସ ବିରୋଧରେ ଯିବ ମୁସଲିମ୍ ଭୋଟ୍

କଂଗ୍ରେସରେ କମ୍ପନ : ରାହୁଲ ଗାନ୍ଧୀ ଇସ୍ତଫା ପରେ ସଂଗଠନରୁ ମୁହଁ ମୋଡ଼ୁଛନ୍ତି ନେତା

source : indiatoday.in

ଉତ୍ତରପ୍ରଦେଶର ଭିଆଇପି ଆସନଗୁଡ଼ିକ ମଧ୍ୟରୁ ଆମେଠି ସର୍ବାଧିକ ଚର୍ଚ୍ଚାରେ ରହିଛି । ଏହି ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ଆମେଠିରେ କଂଗ୍ରେସକୁ ଏଥର ଶକ୍ତ ଝଟକା ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବକ ଥିବା ଜଣେ ଟାଣୁଆ କଂଗ୍ରେସ ନେତାଙ୍କ ପୁଅ ଏବେ ରାହୁଲଙ୍କ ବିରୋଧରେ ଆମେଠିରୁ ନିର୍ବାଚନ ଲଢ଼ୁଥିବାରୁ କଂଗ୍ରେସର ଚିନ୍ତା ବଢ଼ିଯାଇଛି। ଅନ୍ୟପକ୍ଷେ ଆମେଠିରୁ ବିଜେପି ପ୍ରାର୍ଥୀ ସ୍ମୃତି ଇରାନି ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ରାହୁଲଙ୍କୁ ଡବଲ୍ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି।

publive-image

କଂଗ୍ରେସର ଏହି ବିରୋଧୀ ପ୍ରାର୍ଥୀଙ୍କୁ ସମାଜବାଦୀ ପାର୍ଟି ନେତାମାନେ ସମର୍ଥନ କରୁଥିବା ଜଣାପଡ଼ିଛି। କଂଗ୍ରେସ ନେତା ହାଜି ସୁଲତାନ ଖାନଙ୍କ ପୁଅ ହାଜି ହରୁନ୍ ରଶିଦ୍ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ତେବେ କଂଗ୍ରେସ ନେତା ହାଜି ସୁଲତାନ୍ ଖାନ୍ ୧୯୯୧ ସଂସଦୀୟ ନିର୍ବାଚନରେ ରାଜୀବ ଗାନ୍ଧୀ ଏବଂ ୧୯୯୯ରେ ସୋନିଆ ଗାନ୍ଧୀଙ୍କ ନାମାଙ୍କନପତ୍ରରେ ଜଣେ ପ୍ରସ୍ତାବକ ଭାବେ ସ୍ୱାକ୍ଷର କରିଥିଲେ। କିନ୍ତୁ କଂଗ୍ରେସ ଉପରେ ଭୀଷଣ ଭାବେ କ୍ଷୁବ୍ଧ ଥିବା ହାଜି ସୁଲତାନ୍ ଖାନଙ୍କ ପୁଅ ରଶିଦ୍ କହିଛନ୍ତି, କଂଗ୍ରେସରେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ସ୍ଥାନୀୟ ନେତୃତ୍ବ ପାଇଁ ଏବେ ସମଗ୍ର ସମ୍ପ୍ରଦାୟ ଅବହେଳିତ । ତେଣୁ ଲୋକମାନଙ୍କର ମଙ୍ଗଳ ଏବଂ ଅଞ୍ଚଳର ବିକାଶ ପାଇଁ ସେ ରାହୁଲଙ୍କ ବିରୋଧରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଆମେଠି ନିର୍ବାଚନମଣ୍ଡଳୀରେ ୬.୫ ଲକ୍ଷ ମୁସଲିମ୍ ଭୋଟର ଅଛନ୍ତି ଏବଂ ସମସ୍ତେ କଂଗ୍ରେସ ବିରୋଧରେ ଭୋଟ୍ ଦେବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe