ଅଜିତ ମଙ୍ଗରାଙ୍କ ଦେହାନ୍ତ ପରେ  ପତ୍ନୀ ଓ ଦୁଇ ପୁଅଙ୍କ ସହ ଫୋନରେ କଥା ହେଲେ ରାହୁଲ ଗାନ୍ଧୀ ।  କହିଲେ, ସଙ୍କଟ ସମୟରେ ପରିବାର ସହ ରହିଛି କଂଗ୍ରେସ

1,438

କନକ ବ୍ୟୁରୋ : ପପିଲି ଉପନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଫୋନ ଯୋଗେ ସମବେଦନା ଜଣାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ରାହୁଲ ଗାନ୍ଧୀ ମଙ୍ଗରାଜଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ରାହୁଲ ଗାନ୍ଧୀ କହିଥିଲେ କି ଅଜିତ ମଙ୍ଗରାଜ୍ କଂଗ୍ରେସ ଦଳର ଜଣେ ସିପାହୀ ଭାବେ କାର୍ଯ୍ୟ କରୁଥିଲେ । ଏଭଳି ସଂକଟ ସମୟରେ ଦଳ ଅଜିତଙ୍କ ପରିବାର ସହ ରହିଥିବା କଥା ଶ୍ରୀ ଗାନ୍ଧୀ କହିଛନ୍ତି ।

ସୂଚନା ଥାଉକି ପ୍ରଦୀପ ମହାରଥିଙ୍କ ବିୟୋଗ ପରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିଲା । ନିର୍ବାଚନର ଠିକ ୩ ଦିନ ପୂର୍ବରୁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀଭାବେ ନିର୍ବାଚନ ଲଢୁଥିବା ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ କମିଶନ ।