ଡ୍ରାଇଭର, ମେକାନିକ ପରେ ଏବେ କୁଲି ସାଜିଲେ ସାଂସଦ ରାହୁଲ ଗାନ୍ଧୀ । ଦିଳ୍ଲୀ ଆନନ୍ଦ ବିହାର ରେଳ ଷ୍ଟେସନ ପହଂଚି କୁଲିଙ୍କ ସହ ଆଲୋଚନା

203

କନକ ବ୍ୟୁରୋ : ରାଜନୀତିର ଷ୍ଟଂଟ । ରାହୁଲଙ୍କ କୁଲି ବେଶ । ଦିଲ୍ଲୀ ଆନନ୍ଦ ବିହାର ରେଲୱେ ଷ୍ଟେସନ ଗଲେ । କୁଲିଙ୍କ ସହ ସମୟ ବିତାଇଲେ । କୁଲିଙ୍କ ଭଳି ଲାଲ ରଙ୍ଗର ସାର୍ଟ ପିନ୍ଧି ମୁଣ୍ଡରେ ସୁଟକେଶ୍ ଧରି ଚାଲିଲେ । ରାହୁଲଙ୍କ ଏହି ଫଟୋ ଓ ଭିଡିଓକୁ ନିଜେ ରାହୁଲ ଓ ୟୁଥ୍ କଂଗ୍ରେସ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ କହିଛନ୍ତି ଦୀର୍ଘଦିନ ହେବ ମନରେ ଏହି ଇଚ୍ଛା ଥିଲା । ଭାରତରେ ପରିଶ୍ରମୀ ଭାଇଙ୍କ ଇଚ୍ଛା ପୂରଣ ହେବା ଦରକାର । କଂଗ୍ରେସ କହିଛି ସାରା ବିଶ୍ୱର ବୋଝକୁ ନିଜ ମୁଣ୍ଡରେ କୁଲି ଭାଇ ବୋହୁଥିବା ବେଳେ ରାହୁଲ ସେମାନଙ୍କ ବୋଝକୁ ହାଲ୍କା କରିବାକୁ ଚେଷ୍ଟା କରିଛନ୍ତି । ରାହୁଲଙ୍କ ସହ କୁଲି ଭାଇମାନେ ସେଲଫି ନେଇଛନ୍ତି । ପୂର୍ବରୁ ରାହୁଲ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅବତାରରେ ନଜର ଆସିଛନ୍ତି । କେତେବେଳେ କୃଷକ ହୋଇ ଚାଷ କ୍ଷେତରେ କାମ କରିଛନ୍ତି ତ ପୁଣି କେତେବେଳେ ଡ୍ରାଇଭର ହୋଇ ଟ୍ରକ ଚଳାଇଛନ୍ତି । ତେବେ ରାହୁଲଙ୍କ ଏଭଳି ପଲିଟିକାଲ ଷ୍ଟଂଟକୁ ନେଇ ଅନେକ ସମାଲୋଚନା ମଧ୍ୟ ହୋଇଛି । ରାହୁଲଙ୍କ ଫଟୋ ଓ ଭିଡିଓକୁ ପ୍ରାୟୋଜିତ କହି ଟାର୍ଗେଟ୍ କରିଛି ବିଜେପି ।