କନକ ବ୍ୟୁରୋ: ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି । ଜୋରହାଟ ଜିଲ୍ଲାର ନିମାତିଘାଟରୁ ଅଫାଲାମୁଖ ଘାଟକୁ ଯାଉଛି ଏହି ଯାତ୍ରା । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ଦଳର ବହୁ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଜାନୁଆରୀ ୧୪ ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ କିମ୍ବା ୨୧ ରେ ମୁମ୍ବାଇରେ ଶେଷ ହେବ । ଏହା ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯାଇଥିବା ବେଳେ ୬୭ ଦିନରେ ୬୭୧୩ କିଲୋମିଟର ଅତିକ୍ରମ କରିବ । ଆସାମରେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ଟି ଜିଲ୍ଲାରେ ୮୩୩ କିଲୋମିଟର ଯାତ୍ରା କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/15-24.jpg)