କନକ ବ୍ୟୁରୋ : ଦେଶରେ ଦୀର୍ଘ ଦିନ ହେବ ନିଟ ତାତିକୁ ନେଇ ପ୍ରଶ୍ନ ଘେରରେ ରହିଛି କେନ୍ଦ୍ର ସରକାରଙ୍କ ଶିକ୍ଷାନୀତି । ସଂସଦ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଏହାକୁ ପ୍ରମୁଖ ଅସ୍ତ୍ର କରି ସରକାରଙ୍କ ଉପରେ ଆକ୍ରଣାତ୍ମକ ହୋଇପଡିଛନ୍ତି ।ଆଜି ଗୃହକାର୍ୟ୍ୟ ଆରମ୍ଭରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ସିଧା ସଳଖ ଟାର୍ଗେଟ କରିଥିଲେ ।
ଜବାବ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମିଛ କେବେବି ସତ ହୋଇଯିବନି। ଗତ ୭ ବର୍ଷରେ ପ୍ରଶ୍ନପତ୍ର ଲିକ ନେଇ କୌଣସି ପ୍ରମାଣ ମିଳିନାହିଁ। ନିଟ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଅଛି। ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି(ଏନଟିଏ) ସଫଳତାର ସହ ୨୪୦ ପରୀକ୍ଷା ପରିଚାଳନା କରିଛି।
କଂଗ୍ରେସ, ଡିଏମକେ ସହ ଅନ୍ୟାନ୍ୟ ବିରୋଧୀ ଦଳ ନିଟ ପ୍ରଶ୍ନପତ୍ର ତ୍ରୁଟି ମାମଲାରେ ସରକାରଙ୍କୁ ଘେରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।ନିଟ୍ ପ୍ରସଙ୍ଗ ନେଇ ସଂଦସରେ ହଙ୍ଗାମା ହେବ ନେଇ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥିଲେ ବିରେଧୀ । ଆଜି ଅଧିବେଶନର ପ୍ରଥମ ଦିନରେ ବିରୋଧୀ ଓ ସରକାର ମୁହାଁମୁହିଁ ଓ କଥା କଟାକଟି ଦେଖିବାକୁ ମିଳିଛି । ଆଗାମୀ ଦିନ ମଧ୍ୟରେ ଏନେଇ ପୁଣି ତାତି ପାରେ ସଂସଦର ମୌସୁମୀ ଅଧିବେଶନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/2-45.jpg)