ରାହୁଲଙ୍କ ପାଇଁ ଆତ୍ମଦାହ କରିବେ କର୍ମକର୍ତ୍ତା ! ପାଟଣାରେ ଲାଗିଲା ପୋଷ୍ଟର , ରାହୁଲ ଗାନ୍ଧୀ ଇସ୍ତଫା ଫେରସ୍ତ ନ ନେଲେ ଆତ୍ମଦାହ କରିବେ କର୍ମକର୍ତ୍ତା ।

111

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଆଜି ପ୍ରଥମଥର ପାଇଁ ବିହାର ଯିବେ । ମାନହାନି ମାମଲାରେ ରାହୁଲ ଗାନ୍ଧୀ ଆଜି କୋର୍ଟରେ ହାଜର ହେବେ । ଯେଉଁଥିପାଇଁ ତାଙ୍କୁ ପାଟଣା ଯିବାକୁ ପଡିବ । ଏବେ ପର୍ଯ୍ୟନ୍ତ ରାହୁଲଙ୍କୁ ଇସ୍ତଫା ଫେରସ୍ତ ନେବା ପାଇଁ ବାରମ୍ବାର କୁହାଯାଉଛି । ଏହାକୁ ନେଇ ପାଟଣାରେ ପୋଷ୍ଟର ମଧ୍ୟ ଲାଗିଛି କି ଯଦି ରାହୁଲ ଗାନ୍ଧୀ ଇସ୍ତଫା ଫେରସ୍ତ ନ ନିଅନ୍ତି ତେବେ କଂଗ୍ରେସର କାର୍ଯ୍ୟକର୍ତ୍ତା ଆତ୍ମଦାହ କରିବେ ।

କେଉଁ ମାମଲାରେ ପାଟଣା ଯିବେ ରାହୁଲ ଗାନ୍ଧୀ ?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଆଜି ପାଟଣା ସିଭିଲ୍ କୋର୍ଟରେ ହାଜିର ହେବେ । ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ଦ୍ୱାରା କରାଯାଇଥିବା ମାନହାନି ମାମଲାରେ ଶୁଣାଣୀ ଆଜି କୋର୍ଟରେ ଅଛି । ରାହୁଲ ଗାନ୍ଧୀ ପାଟଣା ଏୟାରପୋର୍ଟରେ ସିଭିଲ୍ କୋର୍ଟ ଯିବେ । ଯେଉଁଠାରେ ତାଙ୍କ ମାମଲାର ଶୁଣାଣୀ ହେବ । ତେବେ ଏହି ଘଟଣା ହେଉଛି ଲୋକସଭା ନିର୍ବାଚନ ପ୍ରଚାର ସମୟର । ଯେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ସବୁ ମୋଦି ଚୋର । ରାହୁଲ ଗାନ୍ଧୀ ଏକ ରାଲିରେ କହିଥିଲେ , ସବୁ ଚୋରଙ୍କ ନାଁ ମୋଦି କାହିଁକି? ଏହି ସମୟରେ ରାହୁଲ ଗାନ୍ଧୀ ପଳାତକ ଉଦ୍ୟୋଗପତି ନିରବ ଏବଂ ଲଳିତ ମୋଦିଙ୍କ ଉଦାହରଣ ଦେଇଥିଲେ ।

Comments are closed.