କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ରାହୁଲ ଗାନ୍ଧୀ ଆଜି ପ୍ରଥମଥର ପାଇଁ ବିହାର ଯିବେ । ମାନହାନି ମାମଲାରେ ରାହୁଲ ଗାନ୍ଧୀ ଆଜି କୋର୍ଟରେ ହାଜର ହେବେ । ଯେଉଁଥିପାଇଁ ତାଙ୍କୁ ପାଟଣା ଯିବାକୁ ପଡିବ । ଏବେ ପର୍ଯ୍ୟନ୍ତ ରାହୁଲଙ୍କୁ ଇସ୍ତଫା ଫେରସ୍ତ ନେବା ପାଇଁ ବାରମ୍ବାର କୁହାଯାଉଛି । ଏହାକୁ ନେଇ ପାଟଣାରେ ପୋଷ୍ଟର ମଧ୍ୟ ଲାଗିଛି କି ଯଦି ରାହୁଲ ଗାନ୍ଧୀ ଇସ୍ତଫା ଫେରସ୍ତ ନ ନିଅନ୍ତି ତେବେ କଂଗ୍ରେସର କାର୍ଯ୍ୟକର୍ତ୍ତା ଆତ୍ମଦାହ କରିବେ ।
କେଉଁ ମାମଲାରେ ପାଟଣା ଯିବେ ରାହୁଲ ଗାନ୍ଧୀ ?
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଆଜି ପାଟଣା ସିଭିଲ୍ କୋର୍ଟରେ ହାଜିର ହେବେ । ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ୍ ମୋଦିଙ୍କ ଦ୍ୱାରା କରାଯାଇଥିବା ମାନହାନି ମାମଲାରେ ଶୁଣାଣୀ ଆଜି କୋର୍ଟରେ ଅଛି । ରାହୁଲ ଗାନ୍ଧୀ ପାଟଣା ଏୟାରପୋର୍ଟରେ ସିଭିଲ୍ କୋର୍ଟ ଯିବେ । ଯେଉଁଠାରେ ତାଙ୍କ ମାମଲାର ଶୁଣାଣୀ ହେବ । ତେବେ ଏହି ଘଟଣା ହେଉଛି ଲୋକସଭା ନିର୍ବାଚନ ପ୍ରଚାର ସମୟର । ଯେତେବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ସବୁ ମୋଦି ଚୋର । ରାହୁଲ ଗାନ୍ଧୀ ଏକ ରାଲିରେ କହିଥିଲେ , ସବୁ ଚୋରଙ୍କ ନାଁ ମୋଦି କାହିଁକି? ଏହି ସମୟରେ ରାହୁଲ ଗାନ୍ଧୀ ପଳାତକ ଉଦ୍ୟୋଗପତି ନିରବ ଏବଂ ଲଳିତ ମୋଦିଙ୍କ ଉଦାହରଣ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/RAHUL-2.jpg)
/kanak/media/post_attachments/wp-content/uploads/2019/07/MMMMMMMMMMMMMMMMM-300x168.jpg)