କନକ ବ୍ୟୁରୋ: କଂଗ୍ରେସ ଶାସିତ ସମସ୍ତ ରାଜ୍ୟରେ ହେବ ଜାତିଗତ ଜନଗଣନା । ଏନେଇ କଂଗ୍ରେସ ସିଡବ୍ଲ୍ୟୁସି ବୈଠକ ପରେ ସୂଚନା ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି ଯେ, ଜାତିଗତ ଜନଗଣନାକୁ ନେଇ ଐତିହାସିକ ନିଷ୍ପତ୍ତି ସର୍ବସମ୍ମତି ଭାବେ ନିଆଯାଇଛି । କଂଗ୍ରେସ ଶାସିତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ହିମାଚଳ ପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଏବଂ ଛତିଶଗଡରେ ଜାତିଗତ ଜନଗଣନା କରାଯିବ । ଏ ସମ୍ପର୍କିତ ପ୍ରସ୍ତାବକୁ କଂଗ୍ରେସ ସିଡବ୍ଲ୍ୟୁସି ବୈଠକରେ ପାରିତ କରାଯାଇଛି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ପାର୍ଟି ଏନେଇ ନିଷ୍ପତ୍ତି ନେଇଥିଲା । ଇଣ୍ଡିଆ ମେଣ୍ଟର ଅଧିକାଂଶ ପାର୍ଟି ମଧ୍ୟ ଜାତିଗତ ଜନଗଣନାକୁ ନେଇ ସହମତି ଦେଖାଇଛନ୍ତି । ହେଲେ କିଛି ପାର୍ଟି ଏହାକୁ ନେଇ ଅମଙ୍ଗ ଅଛନ୍ତି । ତେବେ ଆମେ ଫାସୀବାଦି ପାର୍ଟି ନୁହଁ । ମେଣ୍ଟର ଅଧିକାଂଶ ଦଳ ଜାତିଗତ ଜନଗଣନାକୁ ନେଇ ସହମତି ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ବିହାରରେ ଜାତିଗତ ଜନଗଣନା କରାଯାଇଥିଲା । ଯାହାର ସୂଚନା ମୁତାବକ, ବିହାରରେ ୩୬ ପ୍ରତିଶତ ଅତ୍ୟନ୍ତ ପଛୁଆ ବର୍ଗ ଥିବାବେଳେ, ୨୭ ପ୍ରତିଶତ ପଛୁଆ ବର୍ଗ, ୧୯ ପ୍ରତିଶତ ଅନୁସୂଚିତ ଜାତି ଏବଂ ୧.୬୮ ପ୍ରତିଶତ ଅନୁସୂଚିତ ଜନଜାତି ରହିଛନ୍ତି ।