କେବେ ହେଲେ ବି ରାହୁଲ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ : ମେନକା ଗାନ୍ଧୀ

Advertisment
କେବେ ହେଲେ ବି ରାହୁଲ ଭାରତର ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ : ମେନକା ଗାନ୍ଧୀ
କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ରାହୁଲଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ବର୍ତମାନ ସମୟରେ ଚର୍ଚ୍ଚା ଜୋରଧରିଛି । ଜାତୀୟ ଘଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ମେନକା କହିଛନ୍ତି ଯେ, ରାହୁଲ ଭାରତର କେବେ ହେଲେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ଏହାସହ କଂଗ୍ରେସର ମହାସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କର ପ୍ରଭାବ ମଧ୍ୟ ନିର୍ବାଚନରେ ପଡିବ ନାହିଁ ବୋଲି ସେ କହିଛନ୍ତି । ବିନା କୌଣସି ଚମତ୍କାରୀତାରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ କଦାପି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତ୍ରୀ ମେନକା ଗାନ୍ଧୀ ଶୁକ୍ରବାର ଦିନ କହିଛନ୍ତି।

publive-image https://aajtak.intoday.in/

ରାହୁଲ ଦୁଇଟି ଲୋକସଭା ଆସନ ଆମେଥି ଏବଂ ଓ୍ଵାୟାନାଡ଼ାରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ଦୁଇ ବା ତା’ ଠାରୁ ଅଧିକ ଆସନରେ ନିର୍ବାଚନ ଲଢ଼ି ପାରିବେ।  ରାହୁଲ ଗାନ୍ଧୀ ଏବଂ ରବର୍ଟ ଭଦ୍ରାଙ୍କ ଉପରେ ଆରୋପ କରାଯାଉଥିବା ଦୁର୍ନୀତି ମାମଲା ସଂକ୍ରାନ୍ତରେ ମେନକା ଗାନ୍ଧୀ କହିଲେ ଯେ କଂଗ୍ରେସ ତା’ର ପ୍ରାସଙ୍ଗିକତା ହରାଇଛି।

ସେ କହିଛନ୍ତି ଯେ ମୋ ସ୍ୱାମୀ ସଞ୍ଜୟ ଗାନ୍ଧୀ ଦୁଇ ଥର ନିର୍ବାଚନ ଜିଣିଥିଲେ ଏବଂ ବରୁଣ ଗତ ଥର ସୁଲ୍ତାନପୁର ଆସନରୁ ଜିତିଛୁ । ଏଥର ମୁଁ ଓ ଅନ୍ୟ କର୍ମୀମାନେ ପୁଣି କଠୋର ପରିଶ୍ରମ କରିଛୁ, ଆମେ ଜିତିବୁ। ସେ ପୁଣି କହିଲେ: ଦିନକୁ ଦିନ ଆମ ପରିସ୍ଥିତିରେ ଉନ୍ନତି ଘଟୁଛି। ଗତ ଥର ଅପେକ୍ଷା ଅଧିକ ଆସନ ଜିଣି ଆମେ ସରକାର ଗଠନ କରିବାକୁ ଯାଉଛୁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe