କନକ ବ୍ୟୁରୋ : ଟ୍ରେନରେ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଛତିଶଗଡ଼ ବିଳାସପୁରରେ ଉଦବୋଧନ ଦେବା ପରେ ଟ୍ରେନରେ ରାୟପୁରକୁ ଯାତ୍ରା କରିଥିଲେ । ବିଳାସପୁରରୁ ରାୟପୁର ୧୧୭ କିଲୋମିଟର ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ । ଏହି ସମୟରେ ଯାତ୍ରୀଙ୍କ ସହ ଭାବ ବିନିମୟ କରିବା ସହ ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।

Advertisment

ଟ୍ରେନରେ ଥିବା ମହିଳା ହକି ଖେଳାଳିଙ୍କ ସହ ମଧ୍ୟ କଥା ହୋଇଥିଲେ ରାହୁଲ ଗାନ୍ଧୀ । ଟ୍ରେନ୍ରେ ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ପ୍ରଭାରୀ କୁମାରୀ ସୈଳଜା ମଧ୍ୟ ଉପସ୍ଥିତ ଥିଲେ । ସାଧାରଣ ଯାତ୍ରୀଙ୍କ ପରି ଯାତ୍ରା କରି ବୁଲି ବୁଲି ଲୋକଙ୍କ ସହ କଥା ହୋଇଥିଲେ । ଏହି ସମୟରେ ଯାତ୍ରୀମାନେ ତାଙ୍କ ସହ ସେଲ୍ଫି ମଧ୍ୟ ନେଇଥିଲେ ।