ସୁନ୍ଦରଗଡ ରାଣୀବନ୍ଧରୁ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ ରାହୁଲ । ଭାରତ ଯୋଡ ନ୍ୟାୟ ଯାତ୍ରା ସଭାରେ ବିଜେଡି ଓ ବିଜେପିକୁ ଟାର୍ଗେଟ୍

80

କନକ ବ୍ୟୁରୋ : ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ସୁନ୍ଦରଗଡ ରାଣିବନ୍ଧ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କହିଛନ୍ତି, କେନ୍ଦ୍ର ସରକାରଙ୍କ ଇସାରାରେ ସଂସଦରେ ନାଚୁଛନ୍ତି ଓଡିଶାରେ ଥିବା ସହଯୋଗୀ ଦଳ । ଗରିବଙ୍କ ପାଇଁ ନୁହେଁ ଅଦାନୀଙ୍କ ପାଇଁ କାମ କରୁଛନ୍ତି ମୋଦୀ ସରକାର ।
ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ପାର୍ଟନରସିପରେ ସରକାର ଚାଲିଛି । ସଂସଦରେ ଏଭଳି ଦୃଶ୍ୟ ଦେଖିଥିବା କହିଛନ୍ତି ରାହୁଲ ଗାନ୍ଧୀ । ରାଣୀବନ୍ଧଠାରୁ ଯାତ୍ରା ଆରମ୍ଭ କରି କୁତ୍ରାରେ ସନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି ରାହୁଲ । ଏହାପରେ ବଡ଼ଗାଁରୁ ବାହାରି ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ପହଂଚି ପଦଯାତ୍ରା କରୁଛନ୍ତି    ।