ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ । ବିଜେପି ପକ୍ଷରୁ ରୁଜୁ କରାଯାଇଥିଲା ମାମଲା ।

102

କନକ ବ୍ୟୁରୋ : ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ ମାମଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍ । ଖବରକାଗଜଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଦାୟର ହୋଇଥିଲା ମାମଲା । ଆଜି ଏହି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ବିଜେପି ସରକାର ୨୦୧୯-୨୦୨୩ ଶାସନ କାଳରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ସମସ୍ତ ସରକାରୀ କାର୍ଯ୍ୟ ପାଇଁ ୪୦ ପ୍ରତିଶତ କମିଶନ ଆଦାୟ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ବିଜ୍ଞାପନରେ ପୂର୍ବ ସରକାରକୁ ଟାର୍ଗେଟ କରି ଏକ ‘ଦୁର୍ନୀତି ହାର କାର୍ଡ’ ମଧ୍ୟ ଜାରି କରିଥିଲା ।

ଏହି ମାମଲାରେ ଜୁନ ୧ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଜାମିନ୍ ପାଇଥିଲେ । ଏହି ଦୁଇ ନେତାଙ୍କ ନାଁରେ ମଧ୍ୟ ବିଜେପି ମାମଲା ରୁଜୁ କରିଥିଲା । କଂଗ୍ରେସ କହିଛି, ବିଜ୍ଞାପନରେ ରାହୁଲ ଗାନ୍ଧୀଙ୍କର କୌଣସି ଭୂମିକା ନାହିଁ ।