ମୋଦିଙ୍କୁ ରାହୁଲଙ୍କ ସିଧା ନିସାନା... ସୀମା ବିବାଦର ସତକୁ ସ୍ୱୀକାର କରନ୍ତୁ ମୋଦି ସରକାର

Advertisment
ମୋଦିଙ୍କୁ ରାହୁଲଙ୍କ ସିଧା ନିସାନା... ସୀମା ବିବାଦର ସତକୁ ସ୍ୱୀକାର କରନ୍ତୁ ମୋଦି ସରକାର

କନକ ବ୍ୟରୋ : କୃଷି ଆଇନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଟାକ୍ଷ କରିଥିଲେ ଆଉ ଏବେ ଏଲଏସୀ ସୀମା ବିବଦକୁ ନେଇ ଟାର୍ଗେଟ କରିଛନ୍ତି । ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି । ଏବେ ସମୟ ଆସିଯାଇଛି ସତ ମାନିବାର । ଚୀନ୍ ଲଦାଖରେ ଭାରତର କିଛି ଅଂଶକୁ ତା ଅଧିନକୁ ନେଇଯାଇଥିବା କଥାକୁ ସ୍ୱୀକାର କରନ୍ତୁ ମୋଦି ସରକାର ।


ଏଲଏସିରେ ଦୀର୍ଘ ଦିନ ହେବ ଚୀନ୍ ଏବଂ ଭାରତ ମଧ୍ୟରେ ବିବାଦ ଲାଗି ରହିଛି । ଲଗାତାର ଉଭୟ ପକ୍ଷର ବୈଠକ ବସୁଛି କିନ୍ତୁ ସେଥିରୁ କୌମସି ନିସ୍କର୍ଷ ବାହାରୁନି । ବୈଠକରେ ଚୀନ୍ ସୀମାରୁ ସୈନ୍ୟ ପ୍ରତ୍ୟାହାର କରିନେବା କହି ପ୍ରତିଶୃତିକୁ ଭୁଲିଯାଉଛି । ଯାହାକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଅନ୍ୟପଟେ ସାଟେଲାଇଟ୍ ଚିତ୍ର ଚୀନର ମନମାନିକୁ ସମ୍ପୁର୍ଣ୍ଣ ସ୍ପଷ୍ଟ କରିଦେଉଛି । ଭାରତ ସୀମା ଭିତରକୁ ପସି ଚୀନ୍ ଛୋଟ ଛୋଟ ଗାଁ ନିର୍ମାଣ କରିଛି । ଭାରତ ସୀମା ଭିତରେ ଚୀନର ଜନବସତି ଗଢିଉଠିଛି । ଆଉ ସବୁ ଦେଖି ସରକାର ଚୁପ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ପୂର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe