କନକ ବ୍ୟୁରୋ : ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ରାଷ୍ଟପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଚାଲିଥିବା ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ କହିଛନ୍ତି, ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ନ୍ୟାୟପାଳିକା ଓ ନିର୍ବାଚନ କମିଶନଙ୍କୁ ବ୍ୟବହାର କରାଯାଉଛି । ସେହିଭଳି ପେଗାସସକୁ ବି ଏଥିପାଇଁ ବ୍ୟବହାର କରାଯାଇଛି ।
ଜାମ୍ମୁ-କାଶ୍ମୀର ଓ ଦେଶର ବିଦେଶୀ ନୀତି ନେଇ ଭୁଲ ନିଷ୍ପତି ନିଆଯାଇଛି ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି । ଭୁଲ ନୀତି ଯୋଗୁଁ ପଡୋଶୀ ଦେଶ ଭାରତର ଶତ୍ରୁ ବୋଲି କହିଛନ୍ତି ରାହୁଲ । ସାଧାରଣତନ୍ତ୍ର ଦିବସରେ ବିଦେଶୀ ଅତିଥି ନ ଆସିବା ନେଇ ବି କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ରାହୁଲ । ସଂଘୀୟ ବ୍ୟବସ୍ଥାକୁ ଧ୍ୱଂସ କରିବାକୁ ନ୍ୟାୟପାଳିକା ଓ ନିର୍ବାଚନ କମିଶନଙ୍କୁ ବ୍ୟବହାର କରାଯାଉଛି ବୋଲି ରାହୁଲଙ୍କ ବୟାନ ଉପରେ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି । ରାହୁଲ କ୍ଷମା ମାଗନ୍ତୁ ବୋଲି କହିଛନ୍ତି କିରଣ ରିଜିଜୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/36-3.jpg)