କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ମ୍ୟାଚ ଫିକ୍ସିଂ କରୁଛି ବିଜେପି । ରାହୁଲ ଗାନ୍ଧୀ ଏଭଳି କିଛି ଇଣ୍ଡିଆ ମେଣ୍ଟ ରାଲିରେ କହିଛନ୍ତି । ଇଭିଏମ୍ ଓ ସୋସିଆଲ ମିଡିଆ ମ୍ୟାନେଜ କରି ବିଜେପି ୪୦୦ରୁ ଅଧିକ ଆସନ ଜିତିବାକୁ ଲକ୍ଷ୍ୟ ରଖିଛି । ନହେଲେ ବିଜେପି ୧୮୦ରୁ ଅଧିକ ଆସନ ଜିତି ପାରିବ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ବିଜେପି ସରକାର କଂଗ୍ରେସ ପାର୍ଟିର ଆକାଉଣ୍ଟ ସିଜ୍ କରିଛି । ନେତାଙ୍କୁ ଧମକ ଚମକ ଦେଉଛି । ପଇସା ଦେଇ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ନେତାଙ୍କୁ ଜେଲରେ ଭର୍ତି କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶର ଅନ୍ୟ ୩-୪ ଅରବପତି ମିଶି ଏହି ମ୍ୟାଚ ଫିକ୍ସିଂ କରୁଛନ୍ତି ବୋଲି ରାହୁଲ କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, କିଭଳି ମ୍ୟାଚ୍ ଫିକ୍ସିଂ କରି ଜିତାଯାଏ । ଆମ ସାମ୍ନାରେ ଲୋକସଭା ନିର୍ବାଚନ ଅଛି ଜାଣିପାରିବେ । ଅମ୍ପାୟାରକୁ କିଏ ଚୟନ କରୁଛି । ନରେନ୍ଦ୍ର ମୋଦୀ ଆମର ଦୁଇ ଖେଳାଳୀ କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ଗିରଫ କରି ମ୍ୟାଚ୍ ଫିକ୍ସିଂ କରିବାକୁ ଉଦ୍ୟମ କରୁଛନ୍ତି । ଏହା କେମିତିକା ନିର୍ବାଚନ ହେଉଛି, ଯେଉଁଠି ବିରୋଧୀ ଦଳର ଆକାଉଣ୍ଟକୁ ସିଜ୍ କରାଯାଉଛି, ନେତାଙ୍କୁ ଧମକ ଦିଆଯାଉଛି, ନେତାଙ୍କୁ ଟଙ୍କା ଦେଇ କିଣାଯାଏ । ଏଭଳି ମ୍ୟାଚ୍ ଫିକ୍ସିଂ ଦେଶର ୩ରୁ ଜଣ ଧନୀ ବ୍ୟକ୍ତି ଓ ମୋଦୀ ମିଳିତ ଭାବେ କରୁଛନ୍ତି ।