ବାଲେଶ୍ୱରରେ ବିଳମ୍ବରେ ପହଞ୍ଚିବେ ରାହୁଲ ଗାନ୍ଧୀ । ପାଟଣାରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଦିଲ୍ଲୀ ଫେରିଗଲେ ରାହୁଲ

252

କନକ ବ୍ୟୁରୋ : ବାଲେଶ୍ୱରରେ ହେବାକୁ ଥିବା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଡେରିରେ ପହଞ୍ଚିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ନିଜର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ରାହୁଲ ପୁଣି ଥରେ ଦିଲ୍ଲୀ ଫେରିଯାଇଛନ୍ତି । ତେବେ ରାହୁଲଙ୍କ ଗସ୍ତ ବିଳମ୍ଭ ହେବ ବୋଲି ଖୋଦ ରାହୁଲ ହିଁ ସୂଚନା ଦେଇଛନ୍ତି । ପାଟଣାରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ତେଣୁ ଦିଲ୍ଲୀ ଫେରିଯାଇଥିବା ନେଇ ରାହୁଲ ଟ୍ୱିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଓଡିଶା ସମେତ ବିହାର ଓ ମହାରାଷ୍ଟ୍ରରେ ନର୍ବାଚନି ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ରାହୁଲଙ୍କର ।

ତେବେ ଆଜି ଅପରାହ୍ଣ ୨ଟା ସମୟରେ ରାହୁଲ ବାଲେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଥିଲା। ରେମୁଣାରେ କଂଗ୍ରେସ ପକ୍ଷରୁ ପରିବର୍ତନ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ଥିବା ସମୟରେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ପ୍ରଚାରକୁ ଜୋରଦାର କରୁଛନ୍ତି । ତେଣୁ ଆଜି କଂଗ୍ରେସ ଅଧ୍ୟକ୍ଷ ଓଡିଶା ଗସ୍ତରେ ଆସୁଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ସଭାରେ ରାହୁଲଙ୍କ ସମେତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟି.ଏସ୍.ସିଂହଦେଓ ଓ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବାଲେଶ୍ବର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ, ବରିଷ୍ଠ ପିସିସି କର୍ମକର୍ତା ଓ ଅନ୍ୟ ଆସନମାନଙ୍କରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା କଂଗ୍ରେସ ଦଳର ପ୍ରାର୍ଥୀମାନେ ଯୋଗଦେବେ ବୋଲି ସୂଚନା ରହିଛି ।

ଞଙ୍ଗସଗ୍ଧଗ୍ଧରକ୍ସ ଇୟଗ୍ଦ ସଦ୍ଭଲକ୍ଟ ବଦ୍ଭୟ କ୍ଟ୍ରକ୍ସସଙ୍ଖବମଚ୍ଚ