କନକ ବ୍ୟୁରୋ: ମାନହାନୀ ମକଦ୍ଦମା କେସରେ କୋର୍ଟରେ ହାଜର ହୋଇଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସୁରଟର ମାଜିଷ୍ଟ୍ରେଟ କୋର୍ଟରେ ହାଜର ହୋଇଛନ୍ତି ରାହୁଲ । ମୋଦି ସାଙ୍ଗିଆ ଧାରି ବ୍ୟକ୍ତିମାନେ କାହିଁକି ଚୋର ବୋଲି ରାହୁଲ ଦେଇଥିବା ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ଏହି ମାନହାନୀ ମୋକଦ୍ଦମା ହୋଇଥିଲା । କୋର୍ଟରେ ଆବେଦନ କରିଥିଲେ ଗୁଜରାଟର ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦି ।
୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ବେଳେ ସେତେବେଳର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦୀଙ୍କୁ ସମାଲୋଚନା କରିଥିଲେ । ୨୦୧୯ ଏପ୍ରିଲ ୧୩ରେ ରାହୁଲ କର୍ଣ୍ଣାଟକର କୋଲାରରେ କହିଥିଲେ ଯେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀ ଏସମସ୍ତଙ୍କ କିପରି ସରନେମ୍ ମୋଦୀ ଅଛି । ଆଉ ସବୁ ଚୋରଙ୍କ ସରନେମ୍ କାହିଁକି ମୋଦୀ ବୋଲି ରାହୁଲ କଟାକ୍ଷ କରିଥିଲେ । ଏହି ମନ୍ତବ୍ୟକୁ ନେଇ ସେତେବେଳେ ରାଜନୈତିକ ବିବାଦ ଦେଖାଦେଇଥିଲା । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ ପରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/karnataka-assembly-elections-campaign_dbdab8a4-52a0-11e8-ae13-d985d3701f4e.jpg)