୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତା କରିବେ ହାଇଭୋଲଟେଜ ପ୍ରଚାର । ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ନେତା ଅମିତ୍ ଶାହା

Advertisment
୧୫ ତାରିଖରେ ଓଡିଶାରେ କେନ୍ଦ୍ରୀୟ ନେତା କରିବେ ହାଇଭୋଲଟେଜ ପ୍ରଚାର । ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିଜେପି ନେତା ଅମିତ୍ ଶାହା

କନକ ବ୍ୟୁରୋ : ପୁଣି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ ରାହୁଲ । ସେଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ । ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ରାହୁଲ । ଏହାପରେ ସିଧା ବଲାଙ୍ଗୀର ଅଭିମୁଖେ ଯାତ୍ରା କରିବେ । ୪୫ ମିନିଟ୍ ଧରି ସାଧାରଣ ସଭାରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହାର ଦିନକ ପରେ ଅର୍ଥାତ୍ ୧୬ ତାରିଖରେ ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ । କନ୍ଧମାଳରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏଆଇସିସି ଅଧ୍ୟକ୍ଷ । ସେହିପରି ଆସନ୍ତାକାଲି ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe