କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିନିଆ କର୍ଣ୍ଣାଟକ ଗସ୍ତ କରିଥିବା ବେଳେ ତାଙ୍କ ବିମାନରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହାକୁ ନେଇ କଂଗ୍ରେସ ଉଦବେଗ ପ୍ରକାଶ କରିବା ସହ ବିମାନର ପାଇଲଟଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରିଛି । ଏହି ସ୍ୱତନ୍ତ୍ର ବିମାନ ଭିଟି ଏଭିଏଚରେ ରାହୁଲଙ୍କ ବ୍ୟତୀତ କଂଗ୍ରେସର କୌଶଲ ବିଦ୍ୟର୍ଥୀ ଓ ଅନ୍ୟ ୩ ଜଣ ଥିଲେ।
ବିମାନଟି ୯ଟା ୨୦ ମିନିଟରେ ଦିଲ୍ଲୀରୁ ଉଡ଼ାଣ ଆରମ୍ଭ କରିଥିବା ବେଳେ ୧୦ଟା ୪୫ରେ ହଠାତ୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା ପରେ ବିମାନ ଗୋଟିଏ ପଟକୁ ଢଳିଯାଇ ଜୋରରେ ହଲିବାକୁ ଲାଗିଥିଲା। ତେବେ ତିନିଥର ପ୍ରୟାସ ପରେ ବିମାନକୁ ହୁବଲୀରେ ଜରୁରୀ ଅବତରଣ କରାଯାଇଥିଲା । ଷଡ଼ଯନ୍ତ୍ର କର ଏଭଳି ଯାନ୍ତ୍ରିକ ତ୍ରୁଟି କରାଯାଇଥିବା ସନ୍ଦେହ କରି କୌଶଲ ବିଦ୍ୟାର୍ଥୀ କର୍ଣ୍ଣାଟକ ଡିଜିପିଙ୍କ ନିକଟରେ ଏନେଇ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି । ବିମାନର ଯାନ୍ତ୍ରିକ ତ୍ରୁଟି ପଛରେ ଷଡ଼ଯନ୍ତ୍ର ଥିଲା ବୋଲି କଂଗ୍ରେସ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/3-45.jpg)
/kanak/media/post_attachments/wp-content/uploads/2018/04/rahul-gandhi-7591-300x167.jpg)