ପୁଣି ଆଖି ମାରିଲେ ରାହୁଲ ଗାନ୍ଧୀ ! ହେଲେ କାହାକୁ ?

Advertisment
ପୁଣି ଆଖି ମାରିଲେ ରାହୁଲ ଗାନ୍ଧୀ ! ହେଲେ କାହାକୁ ?

source : The Indian Express

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚର୍ଚ୍ଚା ଦିନକୁ ଦିନ ବଢିବାରେ ଲାଗିଛି । କେତେବେଳେ ବିରୋଧିଦଳ ମୁଖ୍ୟଙ୍କ ସହ ଆଲିଙ୍ଗନ କରି ତ କେତେବେଳେ ନିଜକୁ ପପ୍ପୁ କହି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆପଣଙ୍କର ତ ମନେଥିବ ସଂସଦର ମୌସୁମୀ ଅଧିବେସନ ସମୟରେ ଆଖି ମାରି ବେଶ୍ ରାହୁଲ ବେଶ୍ ଚର୍ଚ୍ଚାରେ ରହିଥିଲେ । ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ଭାଷଣ ଦେଲା ପରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ପରେ ନିଜ ସିଟକୁ ଆସି ଦଳର ଜଣେ ସାଂସଦ ଆଡକୁ ଚାହିଁ ଆଖି ମାରିଥିଲେ । ଏହାକୁ ପିଲାଳିଆମି ବୋଲି କହି ବିଜେପି ରାହୁଲଙ୍କ ତୀବ୍ର ସମାଲୋଚନା କରିଥିଲା । ଏହି ଘଟଣାକୁ ନେଇ ବିବାଦ ଶେଷ ହୋଇନଥିବାବେଳେ ରାହୁଲ ପୁଣି ଥରେ ଇତିହାସକୁ ଦୋହରାଇଛନ୍ତି । ଅର୍ଥାତ୍ ରାହୁଲ ପୂର୍ବଭଳି ପୁଣିଥରେ ଆଖି ମାରିଛନ୍ତି ।

publive-image

ରାଜସ୍ଥାନରେ ଆୟୋଜିତ ଦଳର ଏକ ର୍ୟାଲିରେ ଯୋଗ ଦେବା ଅବସରରେ ସେ ଏପରି କରିଥିଲେ । ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା’ଛଡା ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ବି ହେବାର ଅଛି । ତେଣୁ ଏହାକୁ ଆଖି ଆଗରେ ରଖି ଉକ୍ତ ର୍ୟାଲି ଆୟୋଜନ କରାଯାଉଥିଲା । ଏହି ର୍ୟାଲିରେ ରାହୁଲ ରାଜସ୍ଥାନ କଂଗ୍ରେସର ଅଧ୍ୟକ୍ଷ ସଚ୍ଚିନ ପାଇଲଟଙ୍କ ଆଡକୁ ଚାହିଁ ଆଖି ମାରିଥିଲେ । ଏହାପରେ ପାଇଲଟ ଏଆଇସିସି ସାଧାରଣ ସଂପାଦକ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଆଲିଙ୍ଗନ କରି ଦଳରେ ମତଭେଦ ନାହିଁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଏହି ର୍ୟାଲିରେ ରାହୁଲଙ୍କ ଆଖିମରାକୁ ନେଇ ଏବେ ପୁଣି ଏକ ନୂଆ ବିବାଦ ଜନ୍ମ ନେଇପାରେ ବୋଲି ମନେ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe