କନକ ବ୍ୟୁରୋ: କୋଚ ଭାବରେ ନୂଆ ଦାୟିତ୍ବ ଆରମ୍ଭ କରିବେ ଗମ୍ଭୀର । ଏହାପୂର୍ବରୁ ଆଜି ଗୌତମ ଗମ୍ଭୀରଙ୍କୁ ସରପ୍ରାଇଜ୍ ବାର୍ତ୍ତା ଦେଇଛନ୍ତି ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ । କୋଚ ଭାବରେ ଯେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେବେ ଗମ୍ଭୀର ସେନେଇ ଭିଡିଓ ବାର୍ତ୍ତା ଦେଇଛନ୍ତି ରାହୁଲ । କଠିନ ସମୟରେ କିଭଳି ନିଷ୍ପତି ନେବେ ସେନେଇ ଗମ୍ଭୀରଙ୍କୁ ଭିଡିଓ ମାଧ୍ୟମରେ କହିଥିଲେ ରାହୁଲ । ଏଥିସହ ତାଙ୍କୁ ଆଗାମୀ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ ରାହୁଲ ଦ୍ରାବିଡ । ସେପଟେ ଗମ୍ଭୀର ରାହୁଲଙ୍କ ବାର୍ତ୍ତା ପାଇ ଭାବୁକ ହୋଇପଡିଥିଲେ ।