ବିରାଟ ହେଉଛନ୍ତି ବେଷ୍ଟ ଲିଡର । ଦ୍ରାବିଡ୍ କହିଲେ, କେବେ ଆସିବ ବିରାଟଙ୍କ ବ୍ୟାଟରୁ ଆଗାମୀ ଶତକ ?

177

କନକ ବ୍ୟୁରୋ : ବିରାଟ ହେଉଛନ୍ତି ବେଷ୍ଟ ଲିଡର । ମୈଦାନ ଭିତରେ ହେଉ କିମ୍ବା ବାହାରେ ଜଣେ ଲିଡର ହିସାବରେ ସେ ଭଲ କାମ କରୁଛନ୍ତି ଏବଂ ଆଗକୁ ମଧ୍ୟ ଭଲ ଖେଳ ଜାରି ରଖିବେ । ସାଉଥଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ କୋହଲିଙ୍କ ପ୍ରଶଂସାରେ କିଛି ଏଭଳି କହିଛନ୍ତି ଭାରତୀୟ ଦଳର କୋଚ ରାହୁଲ ଦ୍ରାବିଡ୍ ।

ଗଣମାଧ୍ୟମ ସହ ସାକ୍ଷାତକାରରେ, ବିରାଟଙ୍କ ଅଧିନାୟିକତ୍ୱକୁ ମନଭରି ପ୍ରଶଂସା କରିଛନ୍ତି ଦ୍ରାବିଡ୍ । ଏହା ସହ ବିରାଟ କୋହଲିଙ୍କୁ ଇଣ୍ଡିଆନ୍ କ୍ରିକେଟ୍ ଟିମର ବେଷ୍ଟ ଲିଡର ବୋଲି କହିଛନ୍ତି । ତେବେ ବିରାଟ କୋହଲି କେବେ ଶତକ ମାରିବେ, ଏନେଇ ଦ୍ରାବିଡଙ୍କୁ ପ୍ରଶ୍ନ କରିଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ଏହାର ଉତ୍ତରରେ ଦ୍ରାବିଡ୍ କହିଥିଲେ ଖୁବଶୀଘ୍ର ବିରାଟଙ୍କ ବ୍ୟାଟରୁ ଏକ ବଡ ସ୍କୋର ଦେଖିବାକୁ ମିଳିବ ବୋଲି ସେ ଆଶାବାଦୀ ଅଛନ୍ତି ।

ତେବେ ୨୦୨୦ ଏବଂ ୨୦୨୧ରେ ବିରାଟଙ୍କ ବ୍ୟାଟରୁ ଗୋଟିଏ ହେଲେ ମଧ୍ୟ ଶତକ ଦେଖିବାକୁ ପାଇଲେନି କ୍ରିକେଟ ପ୍ରେମୀ । ଗତବର୍ଷ ଅର୍ଥାତ ୨୦୨୧ରେ ୩ଟି ଫର୍ମାଟରେ ୨୪ଟି ମ୍ୟାଚ ଖେଳି ବିରାଟ ୯୬୪ ରନ କରିବାକୁ ସକ୍ଷମ ହୋଇଛନ୍ତି । ତେବେ ଶେଷଥର ପାଇଁ ୨୦୧୯ ନଭେମ୍ବରରେ ବାଙ୍ଗଲାଦେଶ ବିପକ୍ଷରେ ବିରାଟଙ୍କ ବ୍ୟାଟରୁ ଆସିଥିଲା ଶତକୀୟ ପାରି । ଶତକ ମାଷ୍ଟର କୁହାଯାଉଥିବା ବିରାଟ ଆନ୍ତର୍ଜାତିକ କ୍ରିକେଟରେ ୭୦ଟି ଶତକ ହାସଲ କରିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ପୁଣି କେବେ ବିରାଟଙ୍କ ବ୍ୟାଟ ଚାଲୁଛି । ଆଉ ବିରାଟଙ୍କ ବ୍ୟାଟ ୭୧ ତମ ଶତକ ଫ୍ୟାନଙ୍କୁ ଭେଟିଦେଉଛି ।