ନଭେମ୍ବର ୧୭ରୁ କାର୍ଯ୍ୟଭାର ଗ୍ରହଣ କରିବେ ରାହୁଲ ଦ୍ରାବିଡ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନେବେ ଦାୟିତ୍ୱ ।

Advertisment
ନଭେମ୍ବର ୧୭ରୁ କାର୍ଯ୍ୟଭାର ଗ୍ରହଣ କରିବେ ରାହୁଲ ଦ୍ରାବିଡ । ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନେବେ ଦାୟିତ୍ୱ ।

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପରେ ଏବେ ଟିମ୍ ଇଣ୍ଡିଆର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ଼ ସମ୍ଭାଳିବେ ଏହି ଗୁରୁଦାୟିତ୍ୱ । ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିବେ । ସେପଟେ ବିସିସିଆଇର ଘୋଷଣା ପରେ ପ୍ରତିକ୍ରିୟା ଦେଇ ରାହୁଲ ଦ୍ରାବିଡ କହିଛନ୍ତି, ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୁକ୍ତି ହେବା ସମ୍ମାନର ବିଷୟ ।

କ୍ରିକେଟ ପରାମର୍ଶଦାତା କମିଟିର ସୁପାରିଶ ପରେ ବିସିସିଆଇ ରାହୁଲ ଦ୍ରାବିଡ଼ଙ୍କ ନାମ ମୁଖ୍ୟ କୋଚ ଭାବେ ଘୋଷଣା କରିଛି । ଏକଦା ଟିମ ଇଣ୍ଡିଆର ବ୍ୟାଟିଂ ୱାଲ ଭାବେ ସୁଖ୍ୟାତି ଅର୍ଜନ କରିଥିବା ରାହୁଲ ଦ୍ରାବିଡ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ କରିବେ । ସେପଟେ ବିସିସିଆଇର ଘୋଷଣା ପରେ ପ୍ରତିକ୍ରିୟା ଦେଇ ରାହୁଲ ଦ୍ରାବିଡ କହିଛନ୍ତି, ଟିମ ଇଣ୍ଡିଆର ମୁଖ୍ୟ କୋଚ ଭାବେ ନିଯୁକ୍ତି ହେବା ସମ୍ମାନର ବିଷୟ । ପ୍ରକୃତରେ ବହୁତ ଦିନ ହେଲା ଏହି ଭୂମିକାକୁ ସେ ଅପେକ୍ଷା କରୁଥିଲେ ବୋଲି ଟୁଇଟ କରିଛନ୍ତି ରାହୁଲ ।

ଦ୍ରାବିଡ଼ ୨ ବର୍ଷ ପାଇଁ କୋଚ୍ ଦାୟିତ୍ୱରେ ରହିବେ । ତେବେ ତାଙ୍କ ଆଗରେ ସବୁଠୁ ବଡ଼ ଦାୟିତ୍ୱ ହେବ, ଦଳରେ ଅଧିନାୟକ ପରିବର୍ତନ ପରେ କିପରି ସେ ଖେଳାଳିମାନଙ୍କ ମନୋବଳ ବୃଦ୍ଧି କରୁଛନ୍ତି । ନିଜ ଖେଳ ସମୟରେ ବ୍ୟାଟିଂ ପାଇଁ ବିପକ୍ଷ ଦଳର ବୋଲର ମାନଙ୍କ ଆଖିର ନିଦ ହଜାଇ ଦେଉଥିଲେ ଦ୍ରାବିଡ଼ । ଧୈର୍ଯ୍ୟ, କୌଶଳ ଓ ଦଳଗତ ମନୋବୃତି ପାଇଁ ସେ “ଦି ୱାଲ’ ଭାବେ ପରିଚିତ ଥିଲେ । ଦ୍ରାବିଡ଼ଙ୍କ ପାଖରେ କୋଚିଂ ନେଇ ପୂର୍ବରୁ ଅଭିଜ୍ଞତା ରହିଛି ।

ରାହୁଲ ଦ୍ରାବିଡ଼ ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ୨୦୧୬ରୁ ୨୦୧୯ ଯାଏଁ ଇଣ୍ଡିଆ ଏ ଓ ୧୯ ବର୍ଷରୁ କମ୍ ଦଳର କୋଚ୍ ଭାବେ କାର୍ଯ୍ୟ କରିଥିଲେ । ୨୦୧୬ରେ ୧୯ ବର୍ଷରୁ କମ୍ ବିଶ୍ୱକପରେ ଭାରତୀୟ ଦଳ ଉପବିଜେତା ହୋଇଥିଲା । ୨୦୧୮ରେ ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିଲା
୨୦୧୯ରେ ଦ୍ରାବିଡ଼ଙ୍କୁ ବାଙ୍ଗାଲୋର ସ୍ଥିତ ଏନସିଏ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଗଲା । ନଭେମ୍ବର ୩, ୨୦୨୧ ଟିମ୍ ଇଣ୍ଡିଆର କୋଚ୍ ନିଯୁକ୍ତ ହେଲେ ।

ଦ୍ରାବିଡ଼ ୧୬୪ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି
ଦାବ୍ରିଡ଼ ୩୪୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି
ଭାରତୀୟ ଦଳର ଅଧିନାୟକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ
ସାମୟିକ ୱିକେଟ କିପର ଭାବେ ମଧ୍ୟ ନିଜ ଦକ୍ଷତା ଦେଖାଇଥିଲେ ଦ୍ରାବିଡ଼

ନଭେମ୍ବର ୧୭ରୁ କାର୍ଯ୍ୟଭାର ଗ୍ରହଣ କରିବେ ରାହୁଲ ଦ୍ରାବିଡ । ଭାରତ ନ୍ୟୁଜିଲାଣ୍ଡ ବିରୋଧରେ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe