କନକ ବ୍ୟୁରୋ : ବିଶ୍ବକପରେ ଟିମ ଇଣ୍ଡିଆକୁ ବିଜୟୀ କରାଇବା ପରେ ସରିଛି ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଆଗକୁ ଦ୍ରବିଡ କଣ କରିବେ ସେନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ଶୁଣିବାକୁ ମିଳୁଛି ସେ ଫେରିବେ ଆଇପିଏଲକୁ । ପୁଣି ସମ୍ଭାଳିବେ ମୁଖ୍ୟକୋଚ୍ ଦାୟିତ୍ବ । ଏଥିପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍ ରାହୁଲଙ୍କ ଯୋଗାଯୋଗ କରୁଥିବା ଜଣାପଡିଛି । କୋଲକତା ଟିମ ମେଂଟର ପଦ ଛାଡିବା ପରେ ଗୌତମଙ୍କ ବିକଳ୍ପ ଖୋଜୁଛନ୍ତି କେକେଆର ମାଲିକ ଶାହରୁଖ ଖାନ । ସେହିପରି ରାଜସ୍ଥାନ ରୟାଲ୍ସ ଏହାର ମୁଖ୍ୟ କୋଚ ପଦ ରାହୁଲଙ୍କୁ ଦେବାକୁ ଚାହୁଁଛି ।
କାର୍ଯ୍ୟକାଳ ସରିବା ପରେ ଟିମ ଇଣ୍ଡିଆରେ ଦ୍ରାବିଡଙ୍କ ଜାଗା ନେଇସାରିଛନ୍ତି ଗୌତମ ଗମ୍ଭୀର । କିନ୍ତୁ ଟିମ ଇଣ୍ଡିଆର ଏହି ବିଶ୍ବକପ ବିଜୟୀ କୋଚଙ୍କୁ ମିଳୁଛି ଅଫର ପରେ ଅଫର । ଆଇପିଏଲରେ ଅନେକ ଟିମ୍ ତାଙ୍କୁ କୋଚ୍ ପଦ ଦେବାକୁ ଚାହୁଁଛନ୍ତି । ତେବେ ରାହୁଲ ନିଜ ପୂରୁଣା ଦଳ ରାଜସ୍ଥାନକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରୟାଲ୍ସ ରାହୁଲଙ୍କୁ କୋଚ୍ ପଦ ଅଫର କରିସାରିଛି । ଖାଲି ହଁ ଆଉ ନାଁରେ ଅଟକିଛି ନିଷ୍ପତ୍ତି । ରାହୁଲ ପୂର୍ବରୁ ରାଜସ୍ଥାନ ଟିମରେ ଖେଳିସାରିଛନ୍ତି । ୨୦୧୩ରେ ରାହୁଲଙ୍କ ନେତୃତ୍ବରେ ଦଳ ରନର୍ସଅପ୍ ହୋଇଥିଲା । ୨୦୧୪-୧୫ ରାଜସ୍ଥାନର ମେଣ୍ଟର୍ ରହିଥିଲେ ସେ । ଏହାପରେ ଭାରତୀୟ ଅଣ୍ଡର-୧୯ ଟିମକୁ ପ୍ରଶିକ୍ଷଣ ଦେଇଥିଲେ । ୨୦୨୧-୨୦୨୪ ଭାରତୀୟ ଟିମର ମୁଖ୍ୟ କୋଚ୍ ଥିଲେ । ତେବେ ଆଗକୁ ରାହୁଲ ଦ୍ରାବିଡ କଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା ।