ମିଲିନ୍ଦ୍ ସୋମନ୍ ଏବଂ ତାଙ୍କ ଠାରୁ ବୟସରେ ଢେର ସାନ ହୋଇଥିବା ଅଙ୍କିତାଙ୍କ ମଧ୍ୟରେ ବିବାହ ପରେ ଏବେ ଆଉ ଦୁଇ ଜଣ ଲଭ୍ ବାର୍ଡ ନିଜ ଦୀର୍ଘ ଦିନର ପ୍ରେମକୁ ବିବାହର ନାମ ଦେବାକୁ ଯାଉଛନ୍ତି । ଆମେ ଆଲୋଚନା କରୁଛୁ ବଲିଉଡର ପ୍ରସିଦ୍ଧ ଖତରନାକ ଭିଲେନ ବା ଅଭିନେତା ରାହୁଲ ଦେବଙ୍କ ବିଷୟରେ । ସେ ବଲିଉଡ ବ୍ୟତୀତ କେତେକ ସାଉଥ ଇଣ୍ଡିଆନ ଫିଲ୍ମରେ ମଧ୍ୟ କାମ କରି ସାରିଛନ୍ତି । ଫିଲ୍ମ ଚାମ୍ପିଅନରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ରାହୁଲ ଏବେ ନିଜ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।
ରାହୁଲ ପୂର୍ବରୁ ରୀନାଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୦୯ରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ଧୈର୍ୟ୍ୟହରା ହୋଇପଡ଼ିଥିଲେ । ତାଙ୍କର ସିଦ୍ଧାର୍ଥ ନାମକ ଏକ ପୁଅ ମଧ୍ୟ ଅଛି । ତେବେ ରାହୁଲଙ୍କ କହିବା ଅନୁସାରେ ତାଙ୍କ ପତ୍ନୀ ତାଙ୍କ ଠାରୁ ୧ ବର୍ଷ ବଡ଼ ଥିଲେ । କିନ୍ତୁ ପୁଣିଥରେ ତାଙ୍କ ଜୀବନରେ ଖୁସି ଫେରିଆସୁଛି । କାରଣ ଖବର ଅନୁସାରେ ସେ ଏହି ବର୍ଷ ବିବାହ କରିବାକୁ ଯାଉଛନ୍ତି । ତେବେ ନିଜ ଠାରୁ ୨୦ ବର୍ଷ ସାନ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଛନ୍ତି ରାହୁଲ ।
ରାହୁଲ ଯାହାଙ୍କୁ ବିବାହ କରିବେ ସେ କୌଣସି ସାଧାରଣ ଝିଅ ନୁହଁନ୍ତି ବରଂ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ମୁଗ୍ଧା ଗୋଡ଼ସେ । ସେ ଫ୍ୟାଶନ ମୁଭିରୁ ତାଙ୍କ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ଖବର ଅନୁସାରେ ରାହୁଲ ତାଙ୍କୁ ୪ ବର୍ଷ ହେବ ଡେଟ କରି ଆସୁଛନ୍ତି । ଉଭୟ କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଖତରୋଁ କେ ଖିଲାଡି’ ରେ ମଧ୍ୟ ନଜର ଆସିଥିଲେ ।
ଅଭିନେତ୍ରୀଙ୍କୁ ବିବାହ କରିବେ ଖଳନାୟକ ! ବୟସରେ ୨୦ ବର୍ଷ ବ୍ୟବଧାନ ।
/kanak/media/post_attachments/wp-content/uploads/2018/05/523443-mugdhagodserahuldev-112816.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)