ବିଦେଶରେ ରାହୁଲଙ୍କ ମେଗା ସୋ ! କହିଲେ, ଦେଶରେ ଯୁବକ ଓ ଚାଷୀଙ୍କ ଅବସ୍ଥା ସଂଗୀନ, ଜାତି, ଧର୍ମ ଓ ଧନୀଗରିବ ନାଁରେ ଚାଲିଛି ବିଭେଦ । 

121

କନକ ବ୍ୟୁରୋ : ଦୁବାଇରେ ରାହୁଲଙ୍କ କ୍ରେଜ୍ । ବିଦେଶ ମାଟିରେ ପ୍ରଥମ ଥର ପାଇଁ କଂଗ୍ରେସ ଅଧ୍ୟକ୍ଷ ଏକ ବଡ ଧରଣର ଷ୍ଟାଡିୟମ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । । ଏହି ଅବସରରେ ପ୍ରବାସୀ ଭାରତୀୟଙ୍କ ସମେତ ସାରା ଦୁନିଆର ଲୋକଙ୍କ ନିକଟକୁ ପହଂଚିବାକୁ ପ୍ରୟାସ କରିଛନ୍ତି ରାହୁଲ । ଏହି ଅବସରରେ ଭାରତରେ ଜାତି, ଧର୍ମ ଓ ଧନୀ-ଗରିବ ଭାବେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରାଯାଉଥିବା ସେ କହିଛନ୍ତି । ତେବେ ବିଦେଶରେ ରାହୁଲ ଗାନ୍ଧି ଯେଉଁ ଢଙ୍ଗରେ ଦେଶକୁ ଉପସ୍ଥାପିତ କରିଛନ୍ତି, ଏହା ଦେଶର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବିଦେଶରେ ରାହୁଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ବାଜାବାଣ ଭିତରେ ମଂଚକୁ ପ୍ରବେଶ କରିଥିଲେ କଂଗ୍ରେସ ଅଧ୍ୟକ୍ଷ । ଦୁବାଇର କ୍ରିକେଟ ଷ୍ଟାଡିଅମରେ ରାହୁଲ ଗାନ୍ଧିଙ୍କ ପାଇଁ ହୋଇଥିଲା ଏକ ବିଶାଳ ଜନସମାଗମ । ଏହା ଥିଲା ରାହୁଲଙ୍କ ବିଦେଶରେ ଏଧରଣର ପ୍ରଥମ ଷ୍ଟାଡିୟମ କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରବାସୀ ଭାରତୀୟ ସମେତ ସାରା ଦୁନିଆର ଲୋକଙ୍କୁ ଛୁଇଁବାକୁ ଚେଷ୍ଟା କରିଛନ୍ତି ରାହୁଲ ।

ଯୁବକଙ୍କୁ ନିଯୁକ୍ତି ଓ କୃଷକଙ୍କ ସମସ୍ୟା ଦେଶର ସବୁଠାରୁ ବଡ ସମସ୍ୟା ବୋଲି ରାହୁଲ କହିଛନ୍ତି । ଏହା ସହ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ପ୍ରବାସୀ ଭାରତୀୟଙ୍କ ପ୍ରସଙ୍ଗ କଂଗ୍ରେସର ନିର୍ବାଚନୀ ଘୋଷଣାପତ୍ରରେ ସ୍ଥାନ ପାଇବ ବୋଲି ଆଶ୍ୱାସନା ଦେଇଛନ୍ତି ରାହୁଲ । ଏହି ଅବସରରେ ଭାରତରେ ଜାତି, ଧର୍ମ ଓ ଧନୀ-ଗରିବ ଭାବେ ଲୋକଙ୍କ ଭିତରେ ବିଭେଦ ସୃଷ୍ଟି କରାଯାଉଥିବା ସେ କହିଛନ୍ତି ।

ବିଦେଶରେ ରାହୁଲ ଗାନ୍ଧି ଯେଉଁ ଢଙ୍ଗରେ ଦେଶକୁ ଉପସ୍ଥାପିତ କରିଛନ୍ତି, ଏହା ଦେଶର ସ୍ୱାଭିମାନକୁ କ୍ଷୁର୍ଣ୍ଣ କରିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ୟୁଏଇ ଗସ୍ତ ଅବସରରେ ରାହୁଲ ଗାନ୍ଧି ସେଠାରେ କାମ କରୁଥିବା ଶ୍ରମିକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ପୂର୍ବରୁ ଲଣ୍ଡନ ଗସ୍ତରେ ମଧ୍ୟ ଏଭଳି ପ୍ରବାସୀଙ୍କ ସହ ଆଲୋଚନା କରିଥିଲେ ରାହୁଲ । ଦୁବାଇର ପରିବେଶକୁ ଅନୁଧ୍ୟାନ କରି ମୋଦି ମ୍ୟାଜିକକୁ କାଉଂଟର କରିବାକୁ ରାହୁଲ ଓ ତାଙ୍କ ଟିମ୍ ପ୍ରସ୍ତୁତ ହୋଇଗଲେଣି ବୋଲି ଚର୍ଚ୍ଚା କରୁଛନ୍ତି ବିଶେଷଜ୍ଞ ।