କନକ ବ୍ୟୁରୋ : କ୍ୟୂୁବାର ପୂର୍ବତନ ରାଷ୍ଟ୍ରପତି ରାହୁଲ କାଷ୍ଟ୍ରୋ ଶୁକ୍ରବାର ଦିନ କହିଛନ୍ତି କି ସେ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ସଚିବ ପଦରୁ ଇସ୍ତଫା ଦେଉଛନ୍ତି ଓ ଯୁବପୀଢିକୁ ପାର୍ଟିର ଦାୟିତ୍ୱ ସମର୍ପିତ କରୁଛନ୍ତି । ଏହି ଦ୍ୱୀପ ଦେଶରେ ପାଖାପାଖି ୬ ଦଶକ ମଧ୍ୟରେ ପ୍ରଥମ ଥର ଏଭଳି ହେଉଛି । ଯାହାକି କାଷ୍ଟ୍ରୋ ପରିବାରରୁ କେହି ଦେଶର ନେତୃତ୍ୱ ନେବେ ନାହିଁ ।

Advertisment

କାଷ୍ଟ୍ରୋ କହିଥିଲେ କି ସେ ଖୁସିର ସହ ଓ ଦେଶର ଭବିଷ୍ୟତ ସୁରକ୍ଷିତ ରଖିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି । କହିରଖୁ କି ରାହୁଲ କାଷ୍ଟ୍ରୋଙ୍କ ଭାଇ ତଥା କ୍ୟୁବା କ୍ରାନ୍ତିର ଜନକ ଫିଡେଲ କାଷ୍ଟ୍ରୋଙ୍କର ୨୦୧୬ ମସିହାରେ ଦେହାନ୍ତ ହୋଇଥିଲା ।

ରାହୁଲ କାଷ୍ଟ୍ରୋ ଇସ୍ତଫା ଦେବା ବେଳେ କହିନାହାନ୍ତି କି ପାର୍ଟିର ପ୍ରମୁଖ ସଚିବ ପଦରେ ତାଙ୍କର ଉତ୍ତରାଧିକାରୀ ଭାବେ କିଏ ବସିବେ । ମାତ୍ର ସେ ୨୦୧୮ ରେ ସଂକେତ ଦେଇଥିଲେ କି ତାଙ୍କ ପରେ କ୍ୟୁବାର ରାଷ୍ଟ୍ରପତି ଥିବା ୬୦ ବର୍ଷିୟ ମିଗୁଏଲ ଡିୟାଜ କନେଲ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ପ୍ରମୁଖ ପଦ ସମ୍ଭାଳିବେ ।