ବିବାଦ ଭିତରେ ସଂସଦ ଆସିଲେ ରାହୁଲ। କହିଲେ, ସୁଯୋଗ ଦେଲେ ସଂସଦରେ କହିବେ।

ବିବାଦ ଭିତରେ ସଂସଦ ଆସିଲେ ରାହୁଲ। କହିଲେ, ସୁଯୋଗ ଦେଲେ ସଂସଦରେ କହିବେ।

କନକ ବ୍ୟୁରୋ: ବିଦେଶ ଗସ୍ତରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କ ବୟାନ ଦେଶ ବିରୋଧୀ ବୋଲି କହିଛି ଶାସକ ଦଳ ବିଜେପି । ରାହୁଲ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଦେଶକୁ ବଦନାମ କରିଥିବା କହି ବିଜେପି ପ୍ରସଙ୍ଗକୁ ଜୋରଦାର କରିଛି । ଯାହାର ପ୍ରଭାବ ସଂସଦରେ ମଧ୍ୟ ଦେଖିବାକୁ ମିଳିଛି । ବିବାଦ ଭିତରେ ରାହୁଲ ଗାନ୍ଧୀ ଗୁରୁବାର ସଂସଦରେ ପହଞ୍ଚିଛନ୍ତି । ବିଜେପି ରାହୁଲଙ୍କଠୁ କ୍ଷମା ପ୍ରାର୍ଥନା ଦାବି କରିଥିବା ବେଳେ କଂଗ୍ରେସ କହିଛି ଆଦାନୀ ପ୍ରସଙ୍ଗରୁ ନଜର ହଟାଇବାକୁ ବିଜେପି ରାହୁଲଙ୍କ ବୟାନକୁ ପ୍ରସଙ୍ଗ କରିଛି । ପୂର୍ବରୁ ମୋଦୀ ମଧ୍ୟ ବିଦେଶ ଗସ୍ତରେ ଯାଇ ଦେଶକୁ ବଦନାମ କରିଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି । ରାହୁଲଙ୍କ ଏଭଳି ବୟାନ ଉପରେ କଡା ଜବାବ ରଖି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯିଏ ଭାରତରେ ଅଧିକାଂଶ ସମୟରେ ଦିନରାତି ସରକାରଙ୍କୁ ଟାର୍ଗେଟ କରୁଛନ୍ତି, ହେଲେ ସେହି ନେତା ବିଦେଶ ଯାଇ କହୁଛନ୍ତି ତାଙ୍କୁ ଭାରତରେ କହିବାର ସ୍ୱାଧୀନତା ଦିଆଯାଉନାହିଁ ।

ଆଦାନୀ ମାମଲାରେ ବୁଧବାର ଜେପିସି ଗଠନ ଏବଂ ନିରପେକ୍ଷ ତଦନ୍ତ ଦାବିରେ ବୁଧବାର କଂଗ୍ରେସ ସମେତ ୧୭ ବିରୋଧୀ ଦଳ ସଂସଦ ଭବନରୁ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ପୁଲିସ ଅଟକାଇବାରୁ ସେମାନଙ୍କୁ ଅଧା ବାଟରୁ ଫେରିବାକୁ ପଡିଥିଲା । ଏହାପରେ ସଂସଦ ଭବନ ବାହାରେ ବିରୋଧୀ ଦଳଗୁଡିକ ମାନବଶୃଙ୍ଖଳ କରି ପ୍ରତିବାଦ କରିଛନ୍ତିି । ହାତରେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିରୋଧରେ ଲେଖାଥିବା ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ସେପଟେ କଂଗ୍ରେସ ମଧ୍ୟ ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ବିକ୍ଷୋଭ ପଦର୍ଶନ କରିଛି ।

ଉଭୟ ବିଜେପି ଏବଂ ବିରୋଧୀ ନିଜ ଜିଦରେ ଅଟଳ ରହିଥିବାରୁ ଆଜି ଚତୁର୍ଥ ଦିନ ପାଇଁ ଗୃହ ଚାଲିପାରିନାହିଁ । ଶେଷରେ ସଂସଦର ଉଭୟ ଗୃହକୁ ଶୁକ୍ରବାର ୧୧ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ହେଲେ ଗୃହ କିପରି ଚାଲିବ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ହେବ ତାହା ଉପରେ କେହି ଗୁରୁତ୍ୱ ଦେଉନାହାଁନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe