ଆରପାରିରେ ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜ, ଦୀର୍ଘଦିନ ହେବ କ୍ୟାନସର ରୋଗରେ ଥିଲେ ପୀଡିତ

ଆରପାରିରେ ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ରାହୁଲ ବଜାଜ, ଦୀର୍ଘଦିନ ହେବ କ୍ୟାନସର ରୋଗରେ ଥିଲେ ପୀଡିତ

କନକ ବ୍ୟୁରୋ : ଦେଶର ଜଣେ ବଡ ଉଦ୍ୟୋଗପତି ତଥା ବଜାଜ୍ କମ୍ପାନୀର ପୁର୍ବତନ ଚେୟାରମ୍ୟାନ ରାହୁଲ ବଜାଜଙ୍କାର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ସେ ଦୀର୍ଘଦିନ ହେବ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଆଜି ପୁଣେ ଠାରେ ତାଙ୍କର ଦେହାନ୍ତ ହୋଇଛି । ସେ ୧୯୭୨ ମସିହାରେ ବଜାଜ୍ କମ୍ପାନୀର ଦାୟିତ୍ୱ ସମ୍ଭାଳି ଥିଲେ । ଏହାପରେ ଦୀର୍ଘ ୫୦ ବର୍ଷ ପର୍ଯ୍ୟନ୍ତ ସେ କମ୍ପାନୀର ଚେୟାରମ୍ୟାନ ପଦରେ ରହି କମ୍ପାନୀକୁ ଆଗକୁ ନେବାରେ ସଫଳ ହୋଇଥିଲେ ।

ଦେଶର ସଫଳତମ ଉଦ୍ୟୋଗପତି ରାହୁଲ ବଜାଜ ଦୁଇଚକିଆ ଓ ତିନି ଚକିଆ ଗାଡି ନିର୍ମାଣ କରି ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଥିଲେ । ଏହାସହ ସେ ରାଜନୀତିରେ ବି ପାଦ ରଖିଥିଲେ । ସେ ୨୦୦୬ ରୁ ୨୦୧୦ ପର୍ଯ୍ୟନ୍ତ ରାଜ୍ୟସଭା ସସଦ୍ୟ ଭାବେ ନିଜୟ ଦାୟିତ୍ୱ ତୁଲାଇଥିଲେ ।

ସେ ବଜାଜ କମ୍ପାନୀର ଚେୟାରମ୍ୟାନ ଥିବା ବେଳେ ବଜାଜ ସ୍କୁଟର ନିର୍ମାଣ କରିବାରେ କମ୍ପାନୀକୁ ପ୍ରଥମ ସ୍ଥାନରେ ପହଂଚାଇ ପାରିଥିଲେ । ସେ ୨୦୦୫ ମସିହାରେ ନିଜ ପୁଅ ହାତରେ କମ୍ପାନୀର ଦାୟିତ୍ୱ ଦେଇ ତାଙ୍କୁ କମ୍ପାନୀର ଏମଡି ପଦରେ ଅବସ୍ଥାପିତ କରିଥିଲେ । ତାଙ୍କର ସଫଳତା ପାଇଁ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମ ବିଭୁଷଣ ଉପାଧିରେ ସମ୍ମାନୀତ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe