କନକ ବ୍ୟୁରୋ : ଓଡିଶା ଗସ୍ତରେ ଆସିପାରନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଓଡିଶା ଗସ୍ତରେ ଆସିବେ । ଓଡିଶା ଆସିବାକୁ ନିମନ୍ତ୍ରଣ କରିଛି ରାଜ୍ୟ କଂଗ୍ରେସ । ୫ଟି ରାଜ୍ୟରେ ନିର୍ବାଚନ ଶେଷ ପରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଚେଲ୍ଲା କୁମାର

Kanak News is now on WhatsApp
Join and get latest news updates delivered to you via WhatsApp
ସେ କହିଛନ୍ତି, ଆମେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛୁ ଓଡ଼ିଶା ଆସିବା ପାଇଁ । ସେଥିପାଇଁ ଆମେ ପ୍ରାଥମିକ ଭାବରେ ଗ୍ରାଉଣ୍ଡ ପ୍ରସ୍ତୁତ କରୁଛୁ । ଆମେ ବୁଥ ସ୍ତରରେ ପ୍ରସ୍ତୁତ ହେଉଛୁ, ଖୁବ୍ ଶୀଘ୍ର ପ୍ରସ୍ତୁତି ସରିଯିବ । ଏହି ମାସରେ ବୁଥ କମିଟି ଗଢ଼ିବା ଶେଷ ହେଇଯିବ । ତାପରେ ସମସ୍ତ ନେତୃବୃନ୍ଦ ଓଡ଼ିଶା ଆସିବେ । ଆମେ ଓଡ଼ିଶାର ଚାରିଟି ପ୍ରାନ୍ତରେ ବଡ ରାଳି ପାଇଁ ଯୋଜନା କରୁଛୁ । ଏବେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଚାଲିଛି ତାପରେ ସେମାନେ ଆସିବେ ।