କନକ ବ୍ୟୁରୋ : ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଅକ୍ଟୋବରର ଶେଷ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ । ସେହିଭଳି ଅକ୍ଟୋବରରେ ପ୍ର୍ରି୍ରୟଙ୍କା ଗାନ୍ଧୀଙ୍କର ମଧ୍ୟ ଓଡ଼ିଶା ଗସ୍ତ ରହିଛି । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଅଧୀରାଜ ପାଣିଗ୍ରାହୀ ।
ଆଗୁଆ ନିର୍ବାଚନ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ବେଳେ ରାହୁଲ ଓ ପ୍ରିୟଙ୍କାକ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି । ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶା ଆସିନାହାନ୍ତି ରାହୁଲ ଗାନ୍ଧୀ । ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କୁ କଣ ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଗତ କିଛି ଦିନ ହେବ ଓଡ଼ିଶା କଂଗ୍ରେସରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଛି । ଶରତ ପଟ୍ଟନାୟକ ସଭାପତି ହୋଇଥିବା ବେଳେ ଦଳବିରୋଧୀ ମନ୍ତବ୍ୟ ପାଇଁ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଦିନକୁ ଦିନ ରାଜ୍ୟରେ କଂଗ୍ରେସ ଦୁର୍ବଳ ହେଉଥିବା ବେଳେ ରାହୁଲ ଗାନ୍ଧୀଙ୍କ ଗସ୍ତ କଂଗ୍ରେସ କର୍ମୀଙ୍କ ମନରେ ଜୋଶ ଭରିବ ଏବଂ ଦଳକୁ ସଙ୍ଗଠିତ କରିବାରେ ସହାୟକ ସାଜିବ ବୋଲି କହିଛନ୍ତି ଅଧୀରାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/08/3GI5T5M5JVIUBOWEJTXYE5TCGQ-2.jpg)