ଟି-୨୦ରେ ଇତିହାସ ରଚିଲେ ରଖିମ କର୍ଣ୍ଣୱାଲ, ୭୭ ବଲରେ ମାରିଲେ ୨୦୫ ରନ୍ ।

1,938

କନକ ବ୍ୟୁରୋ: ଟି-୨୦ରେ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ତିଆରି ହେଉଛି, ତ କିଛି ରେକର୍ଡ ଭାଙ୍ଗୁଛି । ତେବେ ବର୍ତ୍ତମାନ ଏମିତି ଏକ ରେକର୍ଡ ହୋଇଛି ଯାହା ଭାଙ୍ଗିବା ସମ୍ଭବ ନୁହେଁ । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରଖିମ କର୍ଣ୍ଣୱାଲ ଟି-୨୦ରେ ଦ୍ୱିଶତକ ହାସଲ କରିଛନ୍ତି । ନିଜର ଏହି ଇନିଂସରେ ସେ ୨୨ ଛକା ମାରିଥିବା ବେଳେ ବିରୋଧୀଙ୍କୁ ପୂରା ଧ୍ୱସ୍ତ କରିଛନ୍ତି ।

ଆମେରିକାରେ ଚାଲିଥିବା ଆଟାଲାଣ୍ଟା ଓପନ ଟି-୨୦ରେ ସେ ଏହି କମାଲ କରିଦେଖାଇଛନ୍ତି । ପ୍ରଥମ ବ୍ୟାଟର ଭାବେ ୭୭ ବଲରେ ସେ ୨୦୫ ରନର ଇନିଂସ ଖେଳିଛନ୍ତି । ଏଥିରେ ୨୨ଟି ଛକା ଏବଂ ୧୭ଟି ଚୌକା ସାମିଲ ଥିଲା । ତାଙ୍କର ଏହି ଇନିଂସରେ ଷ୍ଟ୍ରାଇକରେଟ ୨୬୬.୭୭ ଥିଲା । ରଖିମଙ୍କ ଏହି ଦମଦାର ଇନିଂସବଳରେ ତାଙ୍କଦଳ ଆଟାଲାଣ୍ଟା ଫାୟାର ୨୦ ଓଭରରେ ୧ ୱିକେଟ ବିନିମୟରେ ୩୨୬ ରନ କରିବାରେ ସକ୍ଷମ ହୋଇଥିଲା । ଏହାର ଜବାବରେ ପ୍ରତିପକ୍ଷ ଦଳ ୧୭୨ରନରେ ଅଲଆଉଟ ହୋଇଯାଇଥିଲା ।

ଏଠି ଜଣାଇଦେବାକୁ ଚାହିଁବୁ ଏହା କୌଣସି ଆଧିକାରୀକ ଟି-୨୦ ଲିଗ ନୁହେଁ । ତେଣୁ ଟି୨୦କ୍ରିକେଟର ଏହି ଇନିଂସର ଗଣତି ହେବ ନାହିଁ । ନିଜର ଭାରି ଓଜନ ଏବଂ କମାଲ କ୍ୟାଚକୁ ନେଇ ପ୍ରସିଦ୍ଧ ରଖିମ ୨୦୦ ରନ କେବଳ ଚୌକା ଏବଂ ଛକା ମାରି ପୂରା କରିଥିଲେ । କେବଳ ପାଞ୍ଚ ରନ ସେ ଦୌଡି କରି ବନାଇଥିଲେ ।