ଟେଷ୍ଟ କ୍ୟାପଟେନ ହେବାକୁ ନେଇ ମତ ରଖିଲେ ରାହାଣେ । କହିଲେ, କୋହଲିଙ୍କ ସହ କୌଣସି ଟକ୍କର ନାହିଁ

382

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ସହ କଙ୍ଗାରୁ ଦଳ ଘାଇଲା ହୋଇଥିଲା । ଭାରତୀୟ ଦଳ ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଯାହାର ନେତୃତ୍ୱ ନେଉଥିଲେ ଆଜିଙ୍କ୍ୟ ରାହାଣେ । ଦଳର ଏହି ବିଜୟ ପଛରେ ରାହାଣେଙ୍କ ଚତୁର ଚାଲ୍ ଥିଲା ବୋଲି ଅନେକ କ୍ରିକେଟ ବିଶେଷଜ୍ଞ କହିଥିଲେ । ଏଥିପାଇଁ ତାଙ୍କୁ ଦଳର ଟେଷ୍ଟ ଅଧିନାୟକ କରିବାକୁ ବି ବହୁ ଆଡୁ ଦାବି ହୋଇଥିଲା । ହେଲେ ରବିବାର ଏନେଇ ପ୍ରଥମ କରି ମୁହଁ ଖୋଲିଛନ୍ତି ରାହାଣେ ।

ସେ କହିଛନ୍ତି, କୋହଲି ଓ ତାଙ୍କ ଭିତରେ କିଛି ତୁଳନା କିମ୍ବା ଟକ୍କର ନାହିଁ । କୋହଲି ଯେତେବେଳେ ନେତୃତ୍ୱ ନେଉଥିଲେ ସେ ଦଳକୁ ବିଜୟୀ କରିବାକୁ ଲକ୍ଷ୍ୟ ରଖୁଥିଲେ । ସେ ମଧ୍ୟ ସେହି ସମାନ କାମ କରୁଥିଲେ । ତେଣୁ ଏହାକୁ ନେଇ ଅଧିକ ଚର୍ଚ୍ଚା ହେବା ଠିକ୍ ନୁହେଁ । ପୂର୍ବଭଳି ସେ ଦଳର ଉପ-ଅଧିନାୟକ ରହିବେ ବୋଲି କହିଦେଇଛନ୍ତି ।

ଏଥର ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲା । ପ୍ରଥମ ମ୍ୟାଚରେ ପରାଜୟ ପରେ କୋହଲି ପିତୃତ୍ୱ ଅବକାଶ ନେଇ ଭାରତ ଫେରି ଆସିଥିଲେ । ଏହି ସମୟରେ ରାହାଣେ ଦଳର ମଙ୍ଗ ଧରିଥିଲେ । ଆଉ ତାଙ୍କର ନେତୃତ୍ୱରେ ଦଳ ୨-୧ରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଥିଲା । ଅବଶ୍ୟ ଏହା ପଛରେ ପୂରା ଦଳର ସମ୍ପୂର୍ଣ୍ଣ ସପୋର୍ଟ ରହିଥିଲା ବୋଲି ରାହାଣେ କହିଛନ୍ତି । ବିଶେଷ ରିଷଭ ଓ ଚିତେଶ୍ୱର ପୂଜାରାଙ୍କ ବ୍ୟାଟିଂକୁ ରାହାଣେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାସହ ଯୁବ ବୋଲରମାନେ ଯେଭଳି ପ୍ରଦର୍ଶନ କଲେ ତାକୁ ମଧ୍ୟ ରାହାଣେ ପ୍ରଂଶସା କରିଛନ୍ତି ।