ଦେଶରେ ହାଇଭୋଲଟେଜ ରୋଡ ଶୋ’ । ଲକ୍ଷ୍ନୌରେ ରାଜନାଥ ଓ ଆମେଠିରେ ରୋଡ ଶୋ କଲେ ସ୍ମୃତି ଇରାନୀ, ଭରିଲେ ନାମାଙ୍କନ  ।

135

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଆମେଠି ଆସନ ଏବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଆସନ ପାଇଁ ବିଜେପି ଏବେର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ।  ଆଜି ବିଶାଳ ରୋଡ ଶୋ କରି ।ମାଙ୍କନ ଭରିବାକୁ ଯାଇଥିଲେ ସ୍କୃତି ଇରରନୀ । ସେପଟେ ରାଜନାଥ ସିଂ ମଧ୍ୟ ଲକ୍ଷେ୍ନøରେ ବିରାଟ ପଟୁଆରରେ ନାମାଙ୍କନ ଭରିବାକୁ ଯିବାର ଦେଖିବାକୁ ମିଳିଛି ।

୨୦୧୯ ନିର୍ବାଚନରେ ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧିଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ଏହାପରେ ରାହୁଲ ଗାନ୍ଧୀ ପ୍ରାୟ ୪.୧୩ ଲକ୍ଷ ଭୋଟ୍ ପାଇଥିବା ବେଳେ ସ୍ମୃତି ଇରାନୀ ପାଖାପାଖି ୪ ଲକ୍ଷ ୬୮ ହଜାର ଭୋଟ୍ ପାଇଥିଲେ । ତେଣୁ ପାଖାପାଖି ୫୫ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ସ୍ମୃତି ଇରାନୀ । ରାହୁଲ ଗାନ୍ଧୀ ୱାୟନାଡରୁ ପ୍ରାର୍ଥୀ ହୋଇଛନ୍ତି ।