ଅକାଳରେ ଝଡ଼ି ପଡିଥିବା ରଘୁଙ୍କ ଶବକୁ ମଶାଣି ନେଲା ଶେଷ ସାଥୀ

ଅକାଳରେ ଝଡ଼ି ପଡିଥିବା ରଘୁଙ୍କ ଶବକୁ ମଶାଣି ନେଲା ଶେଷ ସାଥୀ

କନକ ବ୍ୟୁରୋ: ବୌଦ୍ଧ ଜିଲ୍ଲାର ରଘୁ ସିଂ, ଭୁବନେଶ୍ୱର ସ୍ଥିତ ଝାରପଡ଼ା ଅଞ୍ଚଳରେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ। ଆଜି ହଠାତ୍ ହୃଦଘାତ କାରଣରୁ ରଘୁଙ୍କର ଅକାଳ ବିୟୋଗ ଘଟିଥିଲା । ଶେଷକୃତ୍ୟ କାର୍ଯ୍ୟ ଏବଂ ତାଙ୍କ କୋକେଇରେ କାନ୍ଧ ଦେବା ପାଇଁ ପରିବାରରେ କେହି ପୁରୁଷ ସଦସ୍ୟ ନଥିଲେ। ଜଗା ଚାକର ସଂଘ ଠାରୁ ଏହି ସମ୍ବନ୍ଧରେ ପ୍ରଥମେ ଭାନୁପ୍ରିୟା ଦାସ(ସତ୍ୟନଗର ପୂର୍ବତନ କର୍ପୋରେଟର) ଖବର ପାଇ, ବିଜୁ ଜନତା ଦଳ(ଓଡ଼ିଶା ମୋ ପରିବାର)ର ରାଜ୍ୟ ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ।

ରୁଦ୍ର ନାରାୟଣ ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲରେ ପରିସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ଜୟ ଓଡ଼ିଶାର "ଶେଷ ସାଥୀ" ଗାଡ଼ି ଦ୍ଵାରା, ରଘୁଙ୍କ ପାର୍ଥିବ ଶରୀରକୁ କ୍ୟାପିଟାଲ ହସ୍ପିଟାଲରୁ ସତ୍ୟନଗର ମଶାଣୀ ପର୍ଯ୍ୟନ୍ତ ନିଆଯାଇଥିଲା। ଓଡ଼ିଶା ମୋ ପରିବାରର ସଦସ୍ୟମାନଙ୍କ ସହିତ ଜଗା ଚାକର ସଂଘର ସଦସ୍ୟ ସତ୍ୟନଗର ମଶାଣୀ ଠାରେ ଉପସ୍ଥିତ ରହି ସମସ୍ତ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ ତଦାରଖ କରିଥିଲେ ଓ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିଲେ । ପରିଶେଷରେ,ରଘୁଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe