ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ମିଳିପାରେ ଅର୍ଥନୀତି ନୋବେଲ

Advertisment
ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ମିଳିପାରେ ଅର୍ଥନୀତି ନୋବେଲ

Source: .indianexpress.com

କନକ ବ୍ୟୁରୋ: ୨୦୧୭ ମସିହା ପାଇଁ ଭେଷଜ ବିଜ୍ଞାନ ଠାରୁ ଆରମ୍ଭ କରି ଶାନ୍ତି ପର୍ଯ୍ୟନ୍ତ ୫ଟି କ୍ଷେତ୍ରର ନୋବେଲ ପୁରସ୍କାର ଘୋଷଣା ହୋଇସାରିଲାଣି। କେବଳ ବାକି ରହିଛି ଅର୍ଥନୀତି । ଆସନ୍ତା କାଲି ଷ୍ଟକହୋମରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବ। ତେବେ ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବାକୁ ହକଦାର ଥିବା କେତେକ ଅର୍ଥନୀତିଜ୍ଞଙ୍କ ନାମ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି । ଏମାନଙ୍କ ମଧ୍ୟରେ ଆରବିଆଇର ପୂର୍ବତନ ଗଭର୍ଣ୍ଣର ତଥା ଚିକାଗୋ ବିଶ୍ୱବିଦ୍ୟାଳୟରେ ଏବେ ଅଧ୍ୟାପନା କରୁଥିବା ରଘୁରାମ ରାଜନଙ୍କ ନାମ ରହିଛି ।

publive-imageଥମସନ୍ ରଏଟର୍ସର ଏକ ପୂର୍ବ ୟୁନିଟ୍ କ୍ଲାରିଭେଟ୍ ଆନାଲିଟିକ୍ସ ପକ୍ଷରୁ ଚଳିତବର୍ଷ ପାଇଁ ସମ୍ଭାବ୍ୟ ନୋବେଲ ବିଜେତାଙ୍କ ତାଲିକା ପ୍ରକାଶ କରାଯାଇଛି । ତାଲିକାରେ ଯେଉଁମାନଙ୍କ ନାମ ଏହି ସଂସ୍ଥା ରଖିଛି ସେମାନେ ହେଲେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର କଲିନ୍ କ୍ୟାମେରର୍ ଏବଂ କେର୍ଣ୍ଣେଜି ମେଲନ୍ ବିଶ୍ୱବିଦ୍ୟାଳୟର ଜର୍ଜ ଲୋୱେନଷ୍ଟିନ୍, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ରବର୍ଟ ହଲ୍, ହାର୍ଭାର୍ଡର ମାଇକେଲ ଜେନସେନ୍ ଏବଂ ଏମଆଇଟିର ଷ୍ଟିଓ୍ଵାର୍ଟ ମେୟର୍ସ ।

publive-imageଏତଦବ୍ୟତୀତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜନ ଟେଲର, ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପଲ ରୋମର୍, ହାର୍ଭାର୍ଡର ମାର୍ଟିନ୍ ଫେଲଡଷ୍ଟିନ୍, ୟେଲ ବିଶ୍ୱବିଦ୍ୟାଳୟର ଓ୍ଵିଲିଅମ୍ ନୋରଢ଼ସ୍, ହାର୍ଭାର୍ଡର ଡେଲ ଜର୍ଗେନସନ୍, ରବର୍ଟ ବ୍ୟାରୋ, ପିଟରସନ ଇନଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସର ଓଲିଭର ବ୍ଲାନଚାର୍ଡ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ରିଚାର୍ଡ ଥାଲେର୍ । ରାଜନଙ୍କ ସମେତ ଏମଆଇଟିର ଷ୍ଟିଓ୍ଵାର୍ଟ ମେୟର୍ସ ଏବଂ ମାଇକେଲ ଜେନସେନ୍ କର୍ପୋରେଟ୍ ଫାଇନାନ୍ସରେ ନିଷ୍ପତ୍ତି ନେବାର ବିଭିନ୍ନ ଦିଗ ଉପରେ ଯେଉଁ ଗବେଷଣା କରିଛନ୍ତି ତାହାକୁ ସ୍ୱୀକୃତି ଦିଆଯାଇ ଏହି ପୁରସ୍କାର ପ୍ରଦାନ କରାଯାଇପାରେ ।

ରାଜନ୍ ଯଦି ଅର୍ଥନୀତିରେ ନୋବେଲ ପୁରସ୍କାର ପାଆନ୍ତି ତାହେଲେ ଅମର୍ତ୍ତ୍ୟ ସେନଙ୍କ ପରେ ସେ ହେବେ ଦ୍ୱିତୀୟ ଭାରତୀୟ । ୧୯୦୧ ମସିହାରୁ ଯଦିଓ ନୋବେଲ ପୁରସ୍କାର ଅନ୍ୟ ବିଷୟ ଗୁଡ଼ିକରେ ପ୍ରଦାନ କରାଯାଉଛି ଅର୍ଥନୀତି ପାଇଁ ୧୯୬୮ ମସିହାରେ ଏହି ପୁରସ୍କାର ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିଲା । ଏ ପର୍ଯ୍ୟନ୍ତ ଅର୍ଥନୀତିରେ ୭୮ ଜଣଙ୍କୁ ଏହି ପୁରସ୍କାର ଦିଆଯାଇ ସାରିଲାଣି । ଗତବର୍ଷ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଓଲିଭର ହାର୍ଟ ଏବଂ ଏମଆଇଟିର ବି. ହୋଲଷ୍ଟ୍ରମଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଦାନ କରାଯାଇଥିବା ସମୁଦାୟ ପୁରସ୍କାର ମଧ୍ୟରୁ ୪୮ଟି ପୁରସ୍କାରକୁ ୨ ଜଣ କିମ୍ବା ୩ ଜଣ ଲେଖାଏଁ ପାଇଛନ୍ତି। ୨୦୦୯ ମସିହାରେ ଏକମାତ୍ର ମହିଳାଭାବେ ଏଲିନର ଓଷ୍ଟ୍ରମ୍ ଏହି ପୁରସ୍କାର ପାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe