ଲାଲଗଡ଼ରେ ଚାଲି ଚାଲି ବୁଲିଲେ ଚିତ୍ରକୋଣ୍ଡା ବିଡିଓ। ୧୮ ପଞ୍ଚାୟତର ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଲେ ବିଡିଓ ରଘୁନାଥ ମୁଣ୍ଡାରୀ।

ଲାଲଗଡ଼ରେ ଚାଲି ଚାଲି ବୁଲିଲେ ଚିତ୍ରକୋଣ୍ଡା ବିଡିଓ। ୧୮ ପଞ୍ଚାୟତର ଲୋକଙ୍କ ମୌଳିକ ସୁବିଧା ପଚାରି ବୁଝିଲେ ବିଡିଓ ରଘୁନାଥ ମୁଣ୍ଡାରୀ।

କନକ ବ୍ୟୁରୋ: ଲାଲଗଡ଼ର ପାହାଡ଼ିଆ ଓ ଘାଟି ରାସ୍ତାରେ ଚାଲି ଚାଲି ଗଲେ ବିଡିଓ । ଚିତ୍ରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ କାମରେ ଯୋଗଦେବାର ଚାରିମାସ ଭିତରେ ୧୮ଟି ପଞ୍ଚାୟତକୁ ସଫଳତାର ସହ ପରିଦର୍ଶନ କରିଛନ୍ତି । ସେ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାରେ ଅଗ୍ରଣୀ ଭୂମିକା ବହନ କରିଛନ୍ତି । ଶନିବାର ପାପୁଲୁର ପଞ୍ଚାୟତର ବୁରୁଡାମ୍ମାମଦି, ନାଗଲୁରୁକଟାଗୁଡ଼ା ସମେତ ୫ଟି ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ଗସ୍ତ କରି ଲୋକଙ୍କ ଆବଶ୍ୟକତା ପଚାରି ବୁଝିଛନ୍ତି ।

ବିଡିଓ ଲୋକଙ୍କ ସହିତ ପାନୀୟ ବ୍ୟବସ୍ଥା, ଅଙ୍ଗନୱାଡି, ବିଦ୍ୟୁତ ସରବରାହ, ଭତା ଆଦି ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ସବୁଠାରୁ ରୋଚକ କଥା ହେଲା, ପ୍ରଶାସନିକ ଅଧିକାରୀ ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ୧୭ କିଲୋମିଟର ଚାଲି ଚାଲି ଯାଇଛନ୍ତି । ତାଙ୍କ ସହ ସହାୟକ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେହେରା, ଗ୍ରାମ ରୋଜଗାର ସେବକ ଭକ୍ତରାମ ମାର୍ଣ୍ଡି ଚାଲିଚାଲି ଯାଇଥିଲେ । ବିଡିଓଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe