କନକ ବ୍ୟୁରୋ: ଲାଲଗଡ଼ର ପାହାଡ଼ିଆ ଓ ଘାଟି ରାସ୍ତାରେ ଚାଲି ଚାଲି ଗଲେ ବିଡିଓ । ଚିତ୍ରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ କାମରେ ଯୋଗଦେବାର ଚାରିମାସ ଭିତରେ ୧୮ଟି ପଞ୍ଚାୟତକୁ ସଫଳତାର ସହ ପରିଦର୍ଶନ କରିଛନ୍ତି । ସେ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାରେ ଅଗ୍ରଣୀ ଭୂମିକା ବହନ କରିଛନ୍ତି । ଶନିବାର ପାପୁଲୁର ପଞ୍ଚାୟତର ବୁରୁଡାମ୍ମାମଦି, ନାଗଲୁରୁକଟାଗୁଡ଼ା ସମେତ ୫ଟି ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ଗସ୍ତ କରି ଲୋକଙ୍କ ଆବଶ୍ୟକତା ପଚାରି ବୁଝିଛନ୍ତି ।
ବିଡିଓ ଲୋକଙ୍କ ସହିତ ପାନୀୟ ବ୍ୟବସ୍ଥା, ଅଙ୍ଗନୱାଡି, ବିଦ୍ୟୁତ ସରବରାହ, ଭତା ଆଦି ମୌଳିକ ସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ସବୁଠାରୁ ରୋଚକ କଥା ହେଲା, ପ୍ରଶାସନିକ ଅଧିକାରୀ ଲୋକଙ୍କ ନିକଟକୁ ପହଞ୍ଚିବା ପାଇଁ ୧୭ କିଲୋମିଟର ଚାଲି ଚାଲି ଯାଇଛନ୍ତି । ତାଙ୍କ ସହ ସହାୟକ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେହେରା, ଗ୍ରାମ ରୋଜଗାର ସେବକ ଭକ୍ତରାମ ମାର୍ଣ୍ଡି ଚାଲିଚାଲି ଯାଇଥିଲେ । ବିଡିଓଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/43-6.jpg)