ବାଲେଶ୍ୱର ଉପନିର୍ବାଚନ : ବିଜେପିର ପ୍ରଚାର ମଙ୍ଗ ଧରିବେ ରଘୁନାଥ ମହାନ୍ତି । ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥଙ୍କୁ ଦାୟିତ୍ୱ ମିଳିଛି

184

କନକ ବ୍ୟୁରୋ : ବାଲେଶ୍ୱର ଉପନିର୍ବାଚନ ବିଜେପିର ପ୍ରଚାର ମଙ୍ଗ ଧରିବେ ବରିଷ୍ଠ ନେତା ରଘୁନାଥ ମହାନ୍ତି । ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷଭାବେ ଘୋଷଣା କରିଛି ବିଜେପି । ୧୩ ଜଣିଆ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ରଘୁନାଥଙ୍କୁ ଦାୟିତ୍ୱ ମିଳିଛି । ବାଲେଶ୍ୱର ସଦର ଉପନିର୍ବାଚନରେ କେମିତି ପ୍ରଚାର ହେବ । କିଏ କିଏ ପ୍ରଚାର କରିବେ ଏବଂ ଲୋଙ୍କ ଠାରୁ କେଉଁ ପ୍ରସଙ୍ଗ ନେଇ ଭୋଟ ମଗାଯିବ ତାର ପୁରା ଦାୟିତ୍ୱ ରହି ରଘୁନାଥଙ୍କ ଉପରେ ।

ପୁତ୍ରବଧୁଙ୍କ ସହ ବିବାଦ ଭିତରକୁ ଟଣା ହୋଇ ମନ୍ତ୍ରୀ ପଦ ହରାଇଥିଲେ । ୨୦୧୪ ନିର୍ବାଚନରେ ଟିକେଟରୁ ବଂଚିତ ହେବା ପରେ ୨୦୧୯ ନିର୍ବାଚନରେ ଶ୍ରୀ ମହାନ୍ତି ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେପିର ସାମିଲ ହୋଇ ବସ୍ତା ଆସନରୁ ଲଢ଼ିଥିଲେ ରଘୁନାଥ । ହେଲେ ନିର୍ବାଚନରେ ସେ ପରାଜିତ ହୋଇଥିଲେ ।

ଏଥର ଉପନିର୍ବାଚନ ପାଇଁ ବିଜେପି ନିକଟରେ ଆୟୋଜିତ କୌଣସି ଦଳୀୟ ବୈଠକରେ ରଘୁନାଥ ଯୋଗ ଦେଇନଥିଲେ । ଏହାରି ଭିତରେ ତାଙ୍କୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା । ଆଜି ରଘୁନାଥଙ୍କୁ ବାଲେଶ୍ୱର ସଦର ଉପନିର୍ବାଚନର ବିଜେପି ଗୁରୁଦାୟିତ୍ୱ ଦେଇଛି ।