ସାମ୍ବାଦିକାଙ୍କୁ କୁକୁର ଛାଡ଼ିବା ପଡ଼ିଲା ମହଙ୍ଗା ; ବନ୍ଧା ହୋଇପାରନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ । ଆଗୁଆ ଜାମିନ ଆବେଦନ କଲେ ରଘୁନନ୍ଦନ ।

219

କନକ ବ୍ୟୁରୋ: ସାମ୍ବାଦିକାଙ୍କ ଉପରକୁ କୁକର ଛାଡ଼ିବା ପଡ଼ିଲା ମହଙ୍ଗା । ଗିରଫ ହୋଇପାରନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ । ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ସହ ଏବେ ତାଙ୍କୁ ଗିରଫ କରାଯିବାର ସମ୍ଭାବନା ବଢ଼ିଛି । ପରିସ୍ଥିତିକୁ ଦେଖି ରଘୁନନ୍ଦନ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ତେବେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ କ୍ବାଟର୍ସରେ ହୋଇଥିବା ନିର୍ମାଣ ସମ୍ପର୍କିତ ରିପୋଟିଂ କରିବା ସମୟରେ ରଘୁନନ୍ଦନ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।