ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ । ଟୁଇଟ୍ କରି ନିଜେ ଦେଲେ ସୂଚନା...

Advertisment
ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ । ଟୁଇଟ୍ କରି ନିଜେ ଦେଲେ ସୂଚନା...

କନକ ବ୍ୟୁରୋ : ଜଳ ସମ୍ପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ମନ୍ତ୍ରୀ ରଘୁନନ୍ଦନ ଦାସ୍‌ ଟୁଇଟ୍‌ କରି ସୂଚନା ଦେଇ କହିଛନ୍ତି, ମୁଁ ଆଜି ମୋର ସ୍ୱାସ୍ଥ୍ୟ ପରୀକ୍ଷାରୁ କରୋନା ସଂକ୍ରମିତ ହେବା ଜାଣିବାକୁ ପାଇଲି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବା ସହିତ ନିଜ ନିଜର କୋଭିଡ ପରୀକ୍ଷା କରାଇନେବାକୁ ଅନୁରୋଧ କରୁଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ରଘୁନନ୍ଦନ ଦାସ ଏହା ପୂର୍ବରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ଏରସମା ବ୍ଲକର ବିଭିନ୍ନ ରାସ୍ତା ମରାମତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏ ଦିଗରେ ସ୍ଥାନୀୟ ଜନପ୍ରତିନିଧି, ବିଭାଗୀୟ ଯନ୍ତ୍ରୀ ଓ ଜନସାଧାରଣଙ୍କ ସହିତ ଆଲୋଚନା କରି ଆବଶ୍ୟକ ଥିବା ରାସ୍ତାର ତୁରନ୍ତ ମରାମତି ଏବଂ ନୂତନ ରାସ୍ତା ପ୍ରକଳ୍ପ ନିର୍ମାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି । ତେବେ ଏହା ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe