କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ରଘୁବର ଦାସ । ହାଇକୋର୍ଟ ମୁଖ୍ୟବିଚାରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ ଉପସ୍ଥିତ ରହି ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହ ମନ୍ତ୍ରୀଗଣ ଉପସ୍ଥିତ ଥିଲେ ।/kanak/media/post_attachments/wp-content/uploads/2023/10/Screen-Shot-2023-10-31-at-11.50.10-AM-scaled.jpg)
ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଜି ଭୋରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ । ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ପାଛୋଟିନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଓଡିଶାବାସୀଙ୍କ ପ୍ରତି ନିଜ ସେବା ଓ ନିଷ୍ଠାକୁ ପ୍ରମାଣିତ କରିବାକୁ କହିଛନ୍ତି ରଘୁବର ଦାସ ।
Follow Us