କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିଲେ ନୂଆ ରାଜ୍ୟପାଳ । ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ରଘୁବର ଦାସ । ହାଇକୋର୍ଟ ମୁଖ୍ୟବିଚାରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ ଉପସ୍ଥିତ ରହି ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହ ମନ୍ତ୍ରୀଗଣ ଉପସ୍ଥିତ ଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଥମେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଜି ଭୋରୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ରଘୁବର ଦାସ । ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ ଜଣାଇ ପାଛୋଟିନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଓଡିଶାବାସୀଙ୍କ ପ୍ରତି ନିଜ ସେବା ଓ ନିଷ୍ଠାକୁ ପ୍ରମାଣିତ କରିବାକୁ କହିଛନ୍ତି ରଘୁବର ଦାସ ।